ଭଦ୍ରକ,୪।୪ : ରାସ୍ତା କଡକୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ । ଶ୍ରୀ ଗଣେଶ ଅପେରାର ଟ୍ରକ୍ ରାସ୍ତା କଡକୁ ଓଲଟିଲା । ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅଫିସ ସମ୍ମୁଖରେ ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବୟାଙ୍ଗଡିହ ପଞ୍ଚାୟତର ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ନୂଆ ହାଟ ମେଳଣ ପଡ଼ିଆରେ ଯାତ୍ରା ପରିବେଷଣ ହେବାର ଥିଲା। ଶ୍ରୀ ଗଣେଶ ଅପେରାର ସରଞ୍ଜାମ ନେଇ ଯାଉଥିବା ଏକ ଟ୍ରକ୍ ଧାମନଗର SDPO ଅଫିସ୍ ସାମ୍ନାରେ ଓଲଟି ପଡ଼ିଥିଲା । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗାଡ଼ିଟିର ବହୁତ କ୍ଷତି ହୋଇଛି । ସମାନ ସ୍ଥାନରେ ଆଜି ଦିନ ସମୟରେ ଏକ ଟ୍ରାକ୍ଟର ଓ ବାଇକ୍ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ପୁଣି ସମାନ ସ୍ଥାନରେ ଟ୍ରକ ଓଲଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।