କଟକ; ୧୧/୧ : ବରିଷ୍ଠ ରାଜନେତା ମହମ୍ମଦ ମୋକିମଙ୍କୁ ନେଇ ପୁଣି ଚର୍ଚ୍ଚା । ସୋମବାର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ମୋକିମ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୨ଶହରୁ ଉର୍ଦ୍ଧ ଯୁବ ନେତା ଓ ଯୁବକ ଏହି ସମାବେଶରେ ଯୋଗ ଦେବେ । ୨୦୩୬ ରେ ଓଡିଶାକୁ ଶହେବର୍ଷ ପୁର୍ତ୍ତ ହେବାକୁ ଯାଉଛି । ତେବେ ଏହାକୁ ନେଇ ଯୁବକମାନେ ଓଡ଼ିଶାକୁ କିପରି ଦେଖନ୍ତି ସେନେଇ ଆଲୋଚନା ହେବ । ଏହାସହ  ଆଉ ଏକ ବିପ୍ଳବ ପ୍ରସଙ୍ଗ ରେ ଆଲୋଚନା ହେବ ବୋଲି କୁହାଯାଉଛି । ସେପଟେ ରାଜ୍ୟରେ ନୂଆ ଦଳକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି କି, ରାଜ୍ୟରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା କରାଯିବ ।