ନୂଆଦିଲ୍ଲୀ,୧୭/୦୭: ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୧%କୁ ହ୍ରାସ ହୋଇଛି । ଦରଦାମ ଚିନ୍ତାରୁ ଘରୋଇ ବଜାରକୁ ମୁକ୍ତି  ମିଳିଛି । ଏଭଳି ସ୍ଥିତିରେ ଋଣ ଉପରେ ସୁଧହାର ଆହୁରି କମିପାରେ । ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମୁଦ୍ରା ନୀତି  କମିଟି (ଏମ୍‌ପିସି) ବୈଠକରେ ଆର୍‌ବିଆଇ ରେପୋ ରେଟ୍‌ କମାଇବାର  ଢ଼େର ସମ୍ଭାବନା ରହିଛି । 

ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରା କହିଛନ୍ତି, ଏବେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ହ୍ରାସ ଉପରେ କୌଣସି ନିଷ୍ପତ୍ତି ଗ୍ରହଣ  କରିନି । ମାତ୍ର ଆବଶ୍ୟକତା ପଡ଼ିଲେ ଏହା ହ୍ରାସ ହୋଇପାରେ । ଜୁନ ମାସରେ ରେପୋରେଟ ୦.୫% ହ୍ରାସ ହୋଇ ୫.୫୦%କୁ ଖସିଥିଲା । ଫେବ୍ରୁଆରିରୁ ଅଦ୍ୟାବଧି ୧% ଖସିଛି ରେପୋ । ରେପୋ ନିଷ୍ପତ୍ତି ପୂର୍ବରୁ ଭବିଷ୍ୟତର  ମୁଦ୍ରାସ୍ଫୀତି, ଅଭିବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକୁ ନଜରରେ ରଖାଯିବ ।  ଜିଡ଼ିପି ପ୍ରଦର୍ଶନ ଉନ୍ନତ ରହିଲେ ସୁଧହାର ହ୍ରାସ ହୋଇପାରେ ।