ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଅଗଷ୍ଟ​‌ରେ ବସିବ ମୁଦ୍ରା ନୀତି କମିଟି ବୈଠକ, ରେପୋ ରେଟ୍‌ କମାଇପାରେ ଆର୍‌ବିଆଇ

Published By : Prameya | July 17, 2025 9:13 AM

ନୂଆଦିଲ୍ଲୀ,୧୭/୦୭: ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୧%କୁ ହ୍ରାସ ହୋଇଛି । ଦରଦାମ ଚିନ୍ତାରୁ ଘରୋଇ ବଜାରକୁ ମୁକ୍ତି  ମିଳିଛି । ଏଭଳି ସ୍ଥିତିରେ ଋଣ ଉପରେ ସୁଧହାର ଆହୁରି କମିପାରେ । ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମୁଦ୍ରା ନୀତି  କମିଟି (ଏମ୍‌ପିସି) ବୈଠକରେ ଆର୍‌ବିଆଇ ରେପୋ ରେଟ୍‌ କମାଇବାର  ଢ଼େର ସମ୍ଭାବନା ରହିଛି । 

ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରା କହିଛନ୍ତି, ଏବେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ହ୍ରାସ ଉପରେ କୌଣସି ନିଷ୍ପତ୍ତି ଗ୍ରହଣ  କରିନି । ମାତ୍ର ଆବଶ୍ୟକତା ପଡ଼ିଲେ ଏହା ହ୍ରାସ ହୋଇପାରେ । ଜୁନ ମାସରେ ରେପୋରେଟ ୦.୫% ହ୍ରାସ ହୋଇ ୫.୫୦%କୁ ଖସିଥିଲା । ଫେବ୍ରୁଆରିରୁ ଅଦ୍ୟାବଧି ୧% ଖସିଛି ରେପୋ । ରେପୋ ନିଷ୍ପତ୍ତି ପୂର୍ବରୁ ଭବିଷ୍ୟତର  ମୁଦ୍ରାସ୍ଫୀତି, ଅଭିବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକୁ ନଜରରେ ରଖାଯିବ ।  ଜିଡ଼ିପି ପ୍ରଦର୍ଶନ ଉନ୍ନତ ରହିଲେ ସୁଧହାର ହ୍ରାସ ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.