ନବରଙ୍ଗପୁର, ୨।୫ : ରାତି ଅଧରେ ସଶସ୍ତ୍ର ଡକାୟତି । କବାଟ ଭାଙ୍ଗି ଭିତରେ ପଶିଲେ। ବନ୍ଧୁକ ଓ ଖଣ୍ଡା ଦେଖାଇ ଟଙ୍କା ଓ ସୁନା ଲୁଟିନେଲେ। ନବରଙ୍ଗପୁର ଥାନା ଅନ୍ତର୍ଗତ ମିର୍ଗାନଗୁଡା ସ୍ଥିତ ଆଶୀର୍ବାଦ କଲୋନୀରେ ଏଭଳି ଘଟଣା ଘଟିଛି।
ନବରଙ୍ଗପୁର ଥାନା ଅନ୍ତର୍ଗତ ମିରିଗନୀଗୁଡା ସ୍ଥିତ ଆଶୀର୍ବାଦ କଲୋନୀ ର ଏସ. ଗୋବିନ୍ଦା ସୁବୁଦ୍ଧିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୭ ରୁ ୮ ଜଣ ଅଜଣା ମୁଖା ଧାରୀ ଦୁର୍ବୁର୍ତ୍ତ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଘରେ ଉପସ୍ଥିତ ଏସ. ଗୋବିନ୍ଦା ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ ଙ୍କ ଆଖିରେ ଲେଜର ଲାଇଟ ମାରିଥିଲେ। ଯାହାଫଳରେ ଉଭୟ ସ୍ୱାମୀ ସ୍ତ୍ରୀ କିଛି ଦେଖି ପାରିନଥିଲେ। ଉଭୟ ଙ୍କୁ ବସିବା ପାଇଁ କହି ତାଙ୍କ ମୁଣ୍ଡ ରେ ବନ୍ଧୁକ ରଖି ସୁନା ଅଳଙ୍କାର ଦେବା ପାଇଁ କହିଥିଲେ। ଭୟରେ ସେମାନେ ସୁନା ଅଳଙ୍କାର ଦେଇ ଥିଲେ। ୮ ଭରି ସୁନା ପ୍ରାୟ 15 ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଦୁର୍ବୁତ୍ତ ମାନେ ନେଇଯାଇଛନ୍ତି। ଯିବା ପୂର୍ବରୁ ସକାଳୁ ପୋଲିସ ନିକଟରେ ଏତଲା ଦେବାକୁ ପରାମର୍ଶ ଦେଇ ଚାଲି ଯାଇଥିଲେ। ଅନ୍ୟପଟେ ପୋଲିସ ଖବର ପାଇଁ ଘଟଣାସ୍ଥଳ କୁ ଯାଇ ତଦନ୍ତ କରୁଛି।