ନୂଆଦିଲ୍ଲୀ, ୨୦/୦୭ : ଆସାମରୁ ଜାମ୍ମୁ କାଶ୍ମୀର... ସାରା ଦେଶରେ ବନ୍ୟା ବିତ୍ପାତ। ପ୍ରଳୟଙ୍କରୀ ଭୂସ୍ଖଳନ ଯୋଗୁଁ ହାହାକାର ସ୍ଥିତି। ୪୩ ରୁ ଅଧିକ ଲୋକଙ୍କ ଗଲାଣି ଜୀବନ। ଅମରନାଥ ଓ ବୈଷ୍ଣବ ଦେବୀ ଯାତ୍ରା ଉପରେ ରୋକ୍। ଆସାମରେ ୫୭ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ସ୍ଥଳ ଓ ବାୟୁସେନା।
ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆସାମ ଠାରୁ ନେଇ ଜାମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡ ଯାଏଁ ସ୍ଥିତି ସାଙ୍ଘାତିକ। ସେପଟେ ଆସନ୍ତା ଏକ ସପ୍ତାହ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଜାମ୍ମୁ କାଶ୍ମୀର ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ଶନିବାର ରାତିରେ ବାଦଲ ଫଟା ବର୍ଷା ଯୋଗୁଁ ଭୀଷଣ ବନ୍ୟା ହୋଇଛି। ଲ୍ୟାଣ୍ଡସ୍ଲାଇଡ୍ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରକୃତିର ତାଣ୍ଡବରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୮ ଜଣଙ୍କର ଏବେବି ପତ୍ତା ମିଳୁନି।
ସେହିପରି ହରିଦ୍ଵାରରେ ବଜ୍ରାଘାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୮୪ ରାସ୍ତା ବନ୍ଦ ହୋଇଯାଇଛି। ନାଗାଲାଣ୍ଡରେ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁଁ ବହୁ ଲୋକ କାଦୁଅ ତଳେ ଦବି ଯାଇଛନ୍ତି। ଏହି ଦୁର୍ଘଟଣାରେ ୮ ଲୋକଙ୍କର ମୃତ୍ୟୁ ହୋଇଛି। ଆସାମରେ ସାତଟି ଜିଲ୍ଲାରେ ବର୍ତ୍ତମାନ ୫୭,୦୦୦ ରୁ ଅଧିକ ଲୋକ ବନ୍ୟା ପାଣି ଘେରରେ ଫସି ରହିଛନ୍ତି। ଚରାଇଦେବ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨୪,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ଧେମାଜିରେ ୨୨,୦୦୦ ଲୋକ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି। ମୋଟ ୨୯୮ଟି ଗାଁ ବୁଡ଼ି ରହିଛି।
ଆହୁରି ପଢନ୍ତୁ- ଜୀବନ ବଞ୍ଚାଇବାକୁ ଆସିଥିଲେ, ମୃତ୍ୟୁକୁ ବରଣ କଲେ... ହସ୍ପିଟାଲ ବେଡ୍ ରେ ଶୋଇଥିବା ବେଳେ ଉପରୁ ଖସିପଡ଼ିଲା ଫ୍ୟାନ୍
ଡେରାଡୁନ: ସନ୍ତାଳଦେବୀ ମନ୍ଦିର ନିକଟରେ ଫଶିଥିବା ୭ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା SDRF