PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସପ୍ତମ ଶ୍ରେଣୀର ୩ ଛାତ୍ରୀଙ୍କୁ ଅସଦାଚରଣ କଲେ ଗୁରୁ! ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରି ଲଣ୍ଡା କଲେ

ମୋରଡା ୩୧|୧:  ଗୁରୁ ଶିକ୍ଷକ ସମାଜ ପାଇଁ ସାଜିଲେ କଳଙ୍କ। ପାଠ ପଢ଼ାଇବା ଆଢୁଆଳରେ ପ୍ରଧାନ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ କଲେ ଅସଦାଚରଣ । ଏମିତି ଏକ  ଅଭିଯୋଗ ହୋଇଛି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଞ୍ଚଳରେ। ଗୁରୁ ହୋଇ ଅଭିଭାବକ ଓ ସରଳ ନିରୀହ ଛାତ୍ରୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି।

ଜଣେ ପ୍ରଧାନଶିକ୍ଷକ ୭ମ ଶ୍ରେଣୀର ୩ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ପ୍ରଚାର ହେବା ପରେ ଉତ୍ତେଜିତ ଲୋକେ ଘଟଣା ସହିତ ସଂପୃକ୍ତ ଥିବା ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏମିତିକି ପ୍ରଧାନଶିକ୍ଷକଙ୍କୁ ଲୋକେ ଲଣ୍ଡା କରି ଦେଇଛନ୍ତି।

ରିପୋର୍ଟ ଅନୁସାରେ, ମୋରାଡା ବ୍ଲକ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଏହି ସମ୍ବେଦନଶୀଳ ଘଟଣା ୩ଦିନ ତଳେ ଘଟିଛି। ଥାନାରେ ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ୩ଜଣ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିଛନ୍ତି। ଘଟଣାର ଶିକାର ହେବା ପରେ ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ ପରିଚାଳାନ କମିଟିକୁ ଜଣାଇଥିଲେ ମଧ୍ୟ କୋୖଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯାହାକୁ ନେଇ ଏହି ଘଟଣାଟି ଏକ ବିବାଦୀୟ ମୋଡ଼ ନେଇଛି। ଅଭିଭାବକ ମାନେ ଏନେଇ ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନଙ୍କୁ ଜଣାଇ ନ୍ୟାୟ ପାଇଁ ଦାବି କରିଥିଲେ। ଅନ୍ୟପଟେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ମୁଣ୍ଡବିନ୍ଧା ହେଉଥିବା ଦର୍ଶାଇ ସ୍କୁଲ ନ ଆସି ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଫୋନରେ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି।