ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମୋରମ ଚୋରା ଚାଲାଣ ଅଭିଯୋଗ; ୨ଟି ଟିପ୍ପର, ଗୋଟିଏ ହାଇୱା ଓ ଜେସିବି ଜବତ

Published By : Soubhagya Ranjan | June 14, 2025 10:38 PM

ଗୋପାଳପୁର, ୧୪/୦୬: ଶୁକ୍ରବାର ବିଳମ୍ବିତ ରାତିରେ ମୋରମ ଚୋରା ଚାଲାଣ ହୋଉଥିବା ବେଳେ ବିଜେପିର କର୍ମୀ ମାନେ ୨ଟି ଟିପର, ଗୋଟିଏ ହାଇୱାକୁ ଥାନାରେ ଜିମା ଦେଇଛନ୍ତି। ସୂଚନାଥାଉକି ଗୋପାଳପୁର ଥାନା ଅଂଚଳର ବିକ୍ରମପୁର ଗାଁ ନିକଟରେ ଥିବା ମୋରମ କୁୱାରୀରେ ବେଆଇନ ଭାବେ ମୋରମ ଚୋରା ଚାଲାଣ ହୋଉଥିବା ନେଇ ବିଜେପି କରାପଲ୍ଲୀ ମଣ୍ଡଳ ସଭାପତି ଏମ.ସାଗରଙ୍କ ପାଖକୁ ଖବର ଆସିଥିଲା। ଖବର ପାଇଁ କିଛି କର୍ମୀଙ୍କ ସହ କୁଆଁରୀକୁ ଯାଇ ଦେଖିବା ବେଳେ ପ୍ରାୟ ୮ଟି ଟିପର ଓ ହାଇୱା ଓ ଗୋଟିଏ ଚେନ ଜେସିବି ଥିବା ଦେଖିବାକୁ ପାଇଥିଲେ। 

ସେଠାରୁ ୨ ଟି ଟିପର ଓ ଗୋଟିଏ ହାଇୱାକୁ ନେଇ ଗୋପାଳପୁର ଥାନାରେ ଜିମା ଦେଇ ଥିଲେ ବିଜେପି କର୍ମୀ। ମୋରମର କେ ଫର୍ମ ଡୁପ୍ଲିକେଟ ଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ କେ ଫର୍ମ ଅସଲି କି ନକଲି ପାଇଁ ମାଇନିଙ୍ଗ ବିଭାଗକୁ ଜଣାଇ ଥିଲେ। ପରେ ମାଇନିଙ୍ଗ ବିଭାଗ ଅଧିକାରୀ ମାନେ ଥାନାରେ ପହଂଚି ନଥିପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ମାଇନିଂ ଅଧିକାରୀ ମାନେ କେ ଫର୍ମ ଟି ଅସଲି ଥିବା ଏବଂ ଏହି ମୋରମ କେଉଁ ଠାରୁ ଆସିଛି ତାହା ତଦନ୍ତ ପରେ ଫାଇନ ଆଦାୟ କରାଯିବ ବୋଲି କହିଥିଲେ। ପରେ ଘଟଣା ସ୍ଥଳକୁ ଯାଇ କୁଆଁରୀ ଦେଖିବା ସହ ଏକ ଜେସିବିକୁ ଜବତ କରିଥିବା ଜଣାପଡ଼ିଛି। 

ଟ୍ରକକୁ ଥାନାରେ ଜିମା ଦେବା ପରେ ଏମ.ସାଗରକୁ ଧମକ ଚମକ ଦେଇ ଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ତିନୋଟି ମୋରମ ବୋଝେଇ ଟ୍ରକ ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରା ଉଚରା କରିବା ସହ ତାଙ୍କୁ ନୋଟିସ ଜରିଆରେ ଛଡ଼ା ଯାଇଛି। ଏବଂ ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ କରାଯାଉଥିବା କୁହାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.