ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

Published By : Harapriya Sethi | October 24, 2024 9:05 AM

କେନ୍ଦ୍ରାପଡ଼ା,୨୪/୧୦: ମାଡ଼ି ଆସୁଛି ବାତ୍ୟା 'ଦାନା' । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି । କେନ୍ଦ୍ରାପଡ଼ାରେ ଓଡ୍ରାଫ ଟିମ୍‌ ଉପସ୍ଥିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ସମସ୍ତ ପ୍ରକାରର ଜଟିଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି ।  କେବଳ ସେତିକି ନୁହେଁ, କେନ୍ଦ୍ରାପଡା ପୌରାଞ୍ଚଳରେ ୮ ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ଗୁରୁବାର ସକାଳ ସୁଦ୍ଧା ଜିଲ୍ଲାର ମୋଟ୍‌ ୨୫ ହଜାର ୪୭୨ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏହା ସହ ପୌରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ମଧ୍ୟ କରାଯାଇଛି ।

ସୂଚନା ଥାଉକି, ଉପକୂଳ ମୁହାଁ 'ଦାନା'। ଭୀଷଣ ବାତ୍ୟା ରୂପ ନେଲା ସାମୁଦ୍ରିକ ଝଡ଼। ବୁଧବାର ରାତିରେ ଦାନା ଭୀଷଣ ବାତ୍ୟାରେ ପରିଣତ ହୋଇଛି । କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାକୁ ୧୫ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ବଢୁଛି। ବାତ୍ୟା ଏବେ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ ରହିଛି । ଧାମରାର ଦକ୍ଷିଣ ଦକ୍ଷଣ-ପୂର୍ବର ୩୧୦ କିମି ଦୂରରେ ରହିଛି । ଆଜି ମଧ୍ୟରାତି ଓ ଶୁକ୍ରବାର ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ। 

ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧାମରା ଓ ଭିତରକନିକାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧାମରାରେ ଝିପିଝିପି ବର୍ଷା ହେଉଛି । ପବନର ବେଗ କ୍ରମଶଃ ବଢୁଛି। ଭିତରକନିକା ଓ ବାଲେଶ୍ଵରରେ ବର୍ଷା ସହ ପବନ ହେଉଛି । ଆର୍ଯ୍ୟପଲ୍ଲୀ ସମୁଦ୍ର ଅଶାନ୍ତ  ହେବାରେ ଲାଗିଛି । ଉଚ୍ଚ ଜୁଆର ଆସୁଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.