ଖୋର୍ଦ୍ଧା, ୨୩।୪ : ରାଜ୍ୟରେ ବଢିଚାଲିଛି ତାତି। ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଶୁକ୍ରବାରଠାରୁ ସ୍କୁଲ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବା ନେଇ ଘୋଷଣା କରାଯାଇଛି । ସମସ୍ତ ସରକାରୀ,ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ ରହିଛି । ହିଟ୍ ୱେଭ୍କୁ ଦେଖି ଜିଲ୍ଲାପାଳ ସ୍କୁଲ ଖୋଲିବା ସମୟ ବଦଳାଇଛନ୍ତି।
ସୂଚନାଯୋଗ୍ୟ ଯେ , ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପୂର୍ବରୁ ଗତ ୨୦ ତାରିଖରୁ ୨୩ ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ପାଣିପାଗ ସ୍ଥିତିକୁ ସମୀକ୍ଷା କରାଯାଇ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଆଜି ଛୁଟି ଶେଷ ହେଉଥିବା ବେଳେ ସକାଳୁଆ ସ୍କୁଲ ଖୋଲିବା ସହ ସମୟରେ ପରିବର୍ତ୍ତନ କରିଛନ୍ତି ଜିଲ୍ଳ ।
ଆହୁରି ପଢନ୍ତୁ : ବଢୁଛି ତାତି : ଆଗୁଆ ହେବ ସ୍କୁଲରେ ଖରା ଛୁଟି , ଶୀଘ୍ର ନିଆଯିବ ନିଷ୍ପତ୍ତି