୧୫।୧୨: ପ୍ରତିବର୍ଷ ମ୍ୟାଲେରିଆ ରୋଗରେ ଅନେକଙ୍କର ମୃତ୍ୟୁ ହୋଇଥାଏ । WHO ରିପୋର୍ଟ ଅନୁସାରେ, ପ୍ରତିବର୍ଷ ବିଶ୍ୱରେ ୧୫ ହଜାର ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥାନ୍ତି । କିନ୍ତୁ, ବର୍ତ୍ତମାନ ମ୍ୟାଲେରିଆ ରୋଗର କାରଣ ମଶା ଏବେ ଏହାର ନିରାକରଣରେ ସହାୟକ ହେବ । ମ୍ୟାଲେରିଆ ରୋଗର କାରଣ ମଶା ଏବେ ଏହାର ନିରାକରଣରେ ସହାୟକ ହେବ । ବୈଜ୍ଞାନିକମାନେ ଏପରି ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହାକୁ ମଶା ଶରୀରରେ ରଖିହେବ ଏବଂ ଏହି ମଶା ମଣିଷ ଶରୀରକୁ କାମୁଡ଼ିଲେ ମ୍ୟାଲେରିଆରେ ଆକ୍ରାନ୍ତ ହେବା ପରିବର୍ତ୍ତେ ସୁରକ୍ଷିତ ହୋଇ ରହିପାରିବେ । ଏହା ମ୍ୟାଲେରିଆ ସେକେଣ୍ଡ ଜେନେରେସନ୍ ଟିକା ବୋଲି କୁହାଯାଉଛି । ଏହାର ପରୀକ୍ଷଣ ସଫଳ ହେବା ସହିତ ଲାଭଦାୟକ ବୋଲି ଜଣାଯାଉଛି । ନେଦରଲାଣ୍ଡର ରାଡବୋଡ୍ ବିଶ୍ୱବିଦ୍ୟାଳୟ ଏବଂ ଲିଡନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଶି ଏହି ଟିକା ପ୍ରସ୍ତୁତ କରିଛନ୍ତି । ସେଥିରେ ପ୍ଲାଡମୋଡିୟମ୍ ଫାଲସିପାରମ୍ ପାରାସାଇଡ୍‌ର ଦୁର୍ବଳ ଜେନେଟିକ୍ ଭର୍ସନ ଦିଆଯାଇଛି । ଏହି ଜିଏ୨ ଭର୍ସନ ପାରାସାଇଡ୍ ଦ୍ୱାରା ମ୍ୟାଲେରିଆ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । 

ଲିଡେନ୍ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନୋଲୋଜିଷ୍ଟ ମେଟା ରେଷ୍ଟୋବର୍ଗଙ୍କ କହିବାନୁସାରେ, ଏହି ପାରାସାଇଟ୍‌ର ଜେନେଟିକ୍ ବିଶ୍ୱାସକୁ ରୋକି ଦିଆଯାଇଛି । ଭବିଷ୍ୟତରେ ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରାଯାଉଛି । ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଏହା ଜିଏ୨ ମଣିଷର ରୋଗପ୍ରତିରୋଧକ ଶକ୍ତିକୁ ଅଧିକ ସକ୍ରିୟ କରେ । କେବଳ ଏହି ମଶା କାମୁଡ଼ିଲେ ସେହି ସ୍ଥାନଟି ଲାଲ୍ ପଡ଼ିଯିବା ସହ କୁଣ୍ଡେଇ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ଅଧିକ ସୁରକ୍ଷିତ ପାଇଁ ମଶା ଶୁଣ୍ଢକୁ ହିଁ ମ୍ୟାଲେରିଆ ପ୍ରତିଷେଧକ ଛୁଞ୍ଚି ଭାବେ ଗ୍ରହଣ କରାଯାଉଥିବା ଚେଷ୍ଟା କରାଯାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।