ଅନୁଗୁଳ, ୧୯।୧୨ : ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଠାରେ ଟ୍ରକ ଧକ୍କାରେ ଚାଲି ଗଲା ମା’ ଓ ପୁଅ ଙ୍କ ଜୀବନ। ବାପା ଗୁରୁତର ହୋଇ ଅନୁଗୁଳ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକମାନେ ହେ‌ଲେ ମନିଷା ସାଓ (୩୦) ଏବଂ ଚାରି ବର୍ଷର ପୁଅ ହରଷତ ରାଠୋର।

ନିକଟସ୍ଥ ଟାଟା ଷ୍ଟିଲ କାରଖାନା ରେ ରୋହିତ ରାଠୋର କାର୍ଯ୍ୟ କରନ୍ତି। ଗୁରୁବାର ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନିଷା ସାଓ (୩୦) ଏବଂ ଚାରି ବର୍ଷର ର ପୁଅ ହରଷତ ରାଠୋର ଙ୍କୁ ନେଇ ବଅଁରପାଳ ଆଡକୁ ଆସୁଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବାଇକ୍ କୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମନୀଷା ଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ବାପ, ପୁଅ କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୁଅ ହରଷତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ରୋହିତଙ୍କ ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଁଚି ଟ୍ରକ କୁ ଜବତ କରିଛି । ଟ୍ରକ ଡ୍ରାଇଭର ଫେରାର୍ ଅଛନ୍ତି।