ସୁନ୍ଦରଗଡ , ୭।୯ :  ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। କିଛି ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ । ପୁଅ ବଳିନ୍ଦ୍ର ଧରୁଆ ମା କୁ ଟଙ୍କା ମାଗିଥିଲା ମା ଟଙ୍କା ଦେଇ ନ ଥିଲା। ଏହାକୁ ନେଇ ରାଗିଯାଇ  ମାକୁ ଠେଙ୍ଗାରେ ପୁଅ  ନିଧୂମ  ମାଡ ମାରିଥିଲା ଘଟଣା ସ୍ଥଳରେ ମା ର ମୃତ୍ୟୁ ଘଟିଥିଲା ଏହା ପରେ ମାକୁ ହେମଗିରି ମେଡିକାଲ ବଳିନ୍ଦ୍ର ଆଣିଥିଲା  ମେଡିକାଲରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।  ପୁଅ ବଳିନ୍ଦ୍ର ମୃତ ମାକୁ ମେଡିକା ରେ ଛାଡି  ଫେରାର  ହୋଇ ଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ  ବଳିନ୍ଦ୍ରକୁ ଧରିବା ପାଇଁ ଛାନଭିନ ଚଳାଇଛି।