ଭଦ୍ରକ, ୧୪।୬ : ଭୁଲିଗଲା ମା’ର ମମତା। ନିଷ୍ଠୁର ପୁଅ ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା । ଭଦ୍ରକ ଜିଲାର ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି ଏକ ହୃଦୟବିଦାରକ ଘଟଣା। ମୃତକ ମହିଳା ହେଲେ ମମତା ସାହୁ। ପୁଅ ପ୍ରିତମ ସାହୁଙ୍କୁ ପୁଲିସ ଗିରଫ କରିଛି।
ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିର ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ପୁଅ ପ୍ରୀତମ ସାହୁ କୁରାଢ଼ୀରେ ହାଣି ହତ୍ୟା କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।ଗ୍ରାମବାସୀ ପୁଅ ପ୍ରୀତମଙ୍କୁ କାବୁ କରି ଅଟକ ରଖିଥିଲେ। ତେବେ ଖବର ପାଇ ବନ୍ତ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ପ୍ରୀତମଙ୍କୁ ଗିରଫ କରିଛି। ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଦୀର୍ଘ ଦିନ ଧରି ମାନସିକ ଭାରସାମ୍ୟ ହରାଇଥିଲା ବୋଲି ବାପା କହିଛନ୍ତି ।
ପ୍ରାଥମିକ ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ତେବେ କେଉଁ କାରଣରୁ ପ୍ରିତମ ଏପରି ଚରମ ପଦକ୍ଷେପ ନେଲେ, ସେନେଇ ତଦନ୍ତ ଜାରି ରହିଛି।
ଆହୁରି ପଢନ୍ତୁ : ପୃଥକ ଦୁର୍ଘଟଣା : ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ, ଅଜଣା ଗାଡି ଧକ୍କାରେ ୨ ଭାଇ ମୃତ