ନୂଆଦିଲ୍ଲୀ,୧୨/୦୬; ଆଉ କିଛି ଘଣ୍ଟାର ଅପେକ୍ଷା । ଟି-ଟ୍ୱେଣ୍ଟି ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ ମୁକାବିଲା । ଏଜବାଷ୍ଟନରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଖେଳାଯିବ । ମ୍ୟାଚକୁ ଉତ୍ସାହର ସହ ଚାହିଁ ରହିଛନ୍ତି ଦୁଇ ଦେଶର ଫ୍ୟାନ୍ସ । ଦୁଇ ଦଳ ବି ପ୍ରସ୍ତୁତ ରହିଛନ୍ତି । କଣ ଏହି ମ୍ୟାଚରେ ହ୍ୟାଣ୍ଡସେକ୍ ହେବ ନା ନାହିଁ ? ରିପିଟ୍ ହେବ କି ନୋହ୍ୟାଣ୍ଡସେକ୍ ବିବାଦ ? ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତର କ୍ୟାପ୍ଟେନ୍ ହରମନପ୍ରୀତ କୌର ।
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ହାତ ମିଳାଇବା ବିବାଦ ଉପରେ ପଚରାଯାଇଥିବା ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇଛନ୍ତି ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର । ଏହି ପ୍ରସଙ୍ଗରେ ପଚରାଯିବାକୁ, କ୍ୟାପ୍ଟେନ୍ କହିଛନ୍ତି, ଆମେ ଏଠାକୁ କ୍ରିକେଟ୍ ଖେଳିବାକୁ ଆସିଛୁ । ତୁମେ ଏହି ପ୍ରଶ୍ନ କାହିଁକି ପଚାରୁଛ ? ଆମର ଫୋକସ କେବଳ ଗେମ୍ ଉପରେ ରହିଛି ମୁଣ୍ଡରେ ଆଉ କିଛି ବି ଚାଲୁନାହିଁ । ଆମର ମିଶନ କେବଳ କ୍ରିକେଟ୍ ଏବଂ ଟି-ଟ୍ୱେଣ୍ଟି ବିଶ୍ୱକପ । ହ୍ୟାଣ୍ଡସେକ୍ ପଲିସି, ହାତମିଳାଇବା କାହା ବିପକ୍ଷରେ ଖେଳୁଛ ତାହା କିଛି ଗୁପୁତ୍ୱ ବହନ କରୁନାହିଁ । ଦଳର ଧ୍ୟାନ କ୍ଷେତ୍ର ବାହାରେ ନୁହେଁ ବଂର ଟୁର୍ଣ୍ଣାମେମ୍ଟ ଏବଂ କ୍ଷେତ୍ର ଭିତରେ ପ୍ରଦର୍ଶନ ଉପରେ ରହିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ହାତ ମିଳାଇବା ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ହରମନପ୍ରୀତ ଏହି ପ୍ରସଙ୍ଗକୁ ହାଲୁକା ଭାବରେ ନେଇ କ୍ରିକେଟ୍ ଉପରେ ଧ୍ୟାନ ଦେବାକୁ କହିଥିଲେ ।
ହ୍ୟାଣ୍ଡସେକ୍ ବିବାଦ କଣ ? ଏହି ବିବାଦ ୨୦୨୫ ଏସିଆ କପରୁ ଆରମ୍ଭ ହୋଇଛି । ଭାରତ-ପାକିସ୍ତାନ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ୟାପ୍ଟେନ ସଲମାନ ଆଘାଙ୍କ ସହ ଟସ୍ ପରେ ହାତ ମିଳାଇନଥିଲେ । ମ୍ୟାଚ୍ ସରିବା ପରେ ବି ଟିମ୍ ଇଣ୍ଡିଆ ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲେ । ଏହି ବିବାଦ ଜାରି ରହିଥିଲା । ଚଳିତ ବର୍ଷ ୧୯ ବର୍ଷକୁ କମ୍ ବିଶ୍ୱକପରେ ବି ଭାରତୀୟ ଖେଳାଳି ପାକ୍ ପ୍ଲେୟାରଙ୍କ ସହ ହାତ ମିଳାଇନଥିଲେ । ମହିଳା ଦିନିକିଆ ବିଶ୍ୱକପରେ ବି ସମାନ ପରିଣାମ ଦେଖିବାକୁ ମିଳିଥିଲା । ହରମନପ୍ରୀତ କୌର ପାକ୍ କ୍ୟାପ୍ଟେନ୍ ଫାତିମାଙ୍କ ସହ ହ୍ୟାଣ୍ଡସେକ କରିଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏହି ବିବାଦ ଆରମ୍ଭ ହୋଇଥିଲା ।
ଏହା ବି ପଢନ୍ତୁ...India vs Pakistan: ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ କାହା ପଲ୍ଲା ଭାରି ?