ମୁମ୍ବାଇ,୧୪/୬ : ଆଇସିସି ମହିଳା ବିଶ୍ବକପ୍ ୨୦୨୬ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ମିଂହାମରେ ମ୍ୟାଚ୍ ଖେଳାଯାଉଛି । ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଯେଭଳି ଆଶା କରାଯାଉଥିଲା ତାଙ୍କୁ ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍ ପରେ ହାତ ମିଳାଇନଥିଲେ । ପ୍ରକାଶ ଯେ, ପ୍ରହଲଗାମରେ ହୋଇଥିବା ଆକ୍ରମଣ ପରେ ସବୁଠାରୁ ପ୍ରଥମେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଅଧୀନାୟକଙ୍କ ସହ ହାତ ମିଶାଇନଥିଲେ । ଏହାପରେ ଓ୍ବିମେନ୍ସ ଟିମ୍ ବି ଏହି ନୀତି ଆପଣାଇଛି ।
ହରମନପ୍ରୀତ କୌର ଗତ ବର୍ଷ ମହିଳା ବିଶ୍ବକପ୍ ସମୟରେ ବି ପାକିସ୍ତାନୀ ଅଧିନାୟକ ଫାତିମା ସନାଙ୍କୁ ଟସ୍ ପରେ ହାତ ମିଳାଇନଥିଲେ। ପ୍ରକାଶ ଯେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ କୌର ନୋ ହ୍ୟାଣ୍ଡସେକ୍ ପଲିସି ଉପରେ ଅଧିକ କହିବାକୁ ମନା କରିଦେଇଥିଲେ । ଟସ୍ ପରେ ସେ କହିଥିଲେ କି, ଏହି ପିଚ୍ ଭଲ ଲାଗୁଛି, ଏଥିଲାଗି ଆମେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛୁ।