PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ମା’ର ମମତା: ଦୁର୍ଘଟଣାରେ ମୃତ କୁକୁର ଛୁଆକୁ ଜଗି ରହିଛି ମା’

କୋକସରା(ଆପ୍ର)୧୯/୧୧ ସେ ମଣିଷ ହେଉ କି ପଶୁ ମା’ ର ମମତା ଅନାବିଳ,ମାତୃତ୍ୱ ଆଗରେ ସବୁ ସନ୍ତାନ ସମାନ।। ଶନିବାର ପାହାନ୍ତାରୁ ସଡକ ପାର ହେଉଥିବା ବେଳେ ଏକ କୁନି କୁକୁର ଛୁଆକୁ କୌଣସି ଏକ ଗାଡି ମାଡି ଯିବା ଫଳରେ ତାର ମୃତ୍ୟୁ ହୋଇଥିଲା । ହେଲେ ଛୁଆର ମୃତ୍ୟୁ ପରେ ମା’ କୁକୁର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୃତ କୁକୁର ଛୁଆକୁ ଜଗି ବସିଛି। ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି ହେଲେ ସ୍ୱାର୍ଥପର ମଣିଷ ଆଗରେ ପଶୁର ଜୀବନର ମୁଲ୍ୟ ବୋଧେ କିଛି ନୁହେଁ। କେହି ଜଣେ ବି ଘଟଣାକୁ ନେଇ ସମମ୍ବେଦନା ଦେଖାଉ ନାହାଁନ୍ତି। ସତରେ ଆମେ କେତେ ସ୍ୱାର୍ଥପର ଏହି ଘଟଣା କୁ ଦେଖିଲେ ବାସ୍ତବିକତା ବାରି ହେଉଛି। ଘଟଣାଟି ହେଉଛି କୋକସରା ବସଷ୍ଟାଣ୍ଡ ନିକଟ ରେ । ବସଷ୍ଟାଣ୍ଡ ନିକଟରେ ରହୁଥିବା ଏକ ବୁଲା ମାଇଁ କୁକୁର ଗତକିଛି ଦିନତଳେ ୪ ଟି କୁକୁର ଛୁଆଁ ଙ୍କୁ ଜନ୍ମ ଦେଇଥିଲା।ହେଲେ ତା ମଧ୍ୟରୁ ଏକ କୁକୁର ଛୁଆଁ ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଗାଡି ଧକ୍କା ଦେଇଥିଲ ଓ ମୃତ୍ୟୁ ହୋଇଥିଲା।