PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଅନ୍ଧବିଶ୍ବାସରେ ଅନ୍ଧ ହେଲେ ବାପା ମା’, ଝିଅକୁ ଦେଲେ ବଳି

ଉତ୍ତରପ୍ରଦେଶ: ଅନ୍ଧବିଶ୍ବାସ ପ୍ରଥା ଆଜି ବି ବଂଚିଛି। ଅନ୍ୟର କଥାକୁ ବିଶ୍ବାସ କରି କିଏ କାହାକୁ ଜୀବନରୁ ମାରିଦେଲାଣି ତ କିଏ ଚେଙ୍କ ଲଗାଇ ଦେଲାଣି। ଏମିତି ଚାଂଚଲ୍ୟକର ଘଟଣା କେବଳ ମଫସଲ ଅଂଚଳ ନୁହେଁ, ଘଟିଛି ଉତ୍ତରପ୍ରଦେଶର ମୁଜାଫର ନଗରରେ। ଏହି ସହରରେ ଏମିତି ଏକ ପରିବାର ଅଛି, ଯିଏ ଅନ୍ଧବିଶ୍ବାସରେ ଅନ୍ଧ ହୋଇ ନରବଳି ଦେବାକୁ କି ପଛାଇ ନାହିଁ। ଉଭୟ ବାପା ମା’ ନିଜ କିଶୋରୀ ଝିଅକୁ କରିଦେଇଛନ୍ତି ହତ୍ୟା। ଏହି ମାମଲାରେ ମନ୍ଦିରର ପୂଜାରୀ ଓ ପରିବାରର ୪ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି।

ଭୈାରାକଲାଙ୍ଗ ଥାନା ଅନ୍ତର୍ଗତ କପୁରଗଡ଼ ଗାଁରେ ଏହିଭଳି ଚାଂଚଲ୍ୟକର ଘଟିଛି। ତିନି ଦିନ ତଳେ ୧୨ ବର୍ଷ ବୟସର ନାବାଳିକା ହିମାଂଶି ହଠାତ୍ ଘରୁ କୁଆଡ଼ୁ ପଳାଇଥିଲା। ହିମାଂଶୀର ବାପା ଭୈାରାକଳାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ଯେତେବେଳେ ଯାଂଚ କରିବା ଆରମ୍ଭ କଲା ପ୍ରଥମେ ହିମାଂଶୀର ଘରକୁ ଯାଇଥିଲା। ଗୁରୁବାର ଦିନ ହିମାଂଶୀର ମୃତ ଦେହ ଝିଅ ଘରୁ ଉଦ୍ଧାର କରିଯାଇଥିଲା। ଏହାପରେ ପୁଲିସ ମୃତକଙ୍କ ବାପା ସଂଜୟ ପ୍ରଜାପତି, ମା’ ଇନ୍ଦିରା, ବଡ଼ ଭଉଣୀ କାଜଲ, ଭାଇ ରବିଶ୍ ଏବଂ ସେହି ଗାଁରେ ରହୁଥିବା ମନ୍ଦିରର ପୂଜାରୀକୁ ପଚରା ଉଚରା କରିବା ପାଇଁ ହିରାସନ ନେଇଥିଲେ। ଥାନା ଅଧ୍ୟକ୍ଷ ଧମେନ୍ଦ୍ର ସିଂହ କହିଛନ୍ତି, ହିମାଂଶୀର ହତ୍ୟା କରାଯାଇଛି। ହତ୍ୟା ପଛରେ ଆଉ କିଛି ବ୍ୟକ୍ତିଙ୍କର ମଧ୍ୟ ହାତ ରହିଛି। ଜଲଦି ସେମାନଙ୍କୁ ଗିରଫ କରାଯିବ ବୋଲି ପୁଳିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର