ପ୍ରମୂଖ ଖବର
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ବୋହୁର ମୃତ୍ୟୁର ପରଦା ନ ଉଠୁଣୁ ଶାଶୁ କଲେ ଆତ୍ମହତ୍ୟା

Published By : Bijay Swain | May 31, 2025 11:02 PM

ଥୁଆମୂଳ ରାମପୁର,୩୧/୫(ଆପ୍ର): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଗତ ଗୁରୁବାର ଦିନ ଥୁଆମୂଳ ରାମପୁର ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ମୃତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖିଥିଲା ପୁଲିସ। ହେଲେ ଆଜି ମୃତ ମହିଳାଙ୍କ ଶାଶୁ ଘରେ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,  କୋଷାବରା ଗ୍ରାମର ରଞ୍ଜନ ନାଏକଙ୍କ ନିଜ ସ୍ତ୍ରୀ ତମାଳ ନାଏକ(୨୨) ଗତ ବୁଧବାର ଦିନ କେଉଁଆଡେ ଚାଲିଯାଇଥିବା ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ। 

ଗତ ଗୁରୁବାର ଦିନ ପରିବାର ଲୋକେ ଖୋଜାଖୋଜି କଲାପରେ ଗାଁର ଚାଷଜମି ନିକଟ ଏକ ପରିତ୍ୟକ୍ତ କୂଅରେ ସ୍ତ୍ରୀ ତମାଳଙ୍କ ମୃତ ଦେହ ଭାସୁଥିବା ଦେଖି ଏନେଇ ପୋଲିସକୁ ଜଣାଇଥିଲେ। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଅନ୍ୟ ପକ୍ଷରେ ମୃତ ତମାଳଙ୍କ ବାପା କାଳିଦାସ ନାଏକ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତ ତମାଳର ସ୍ୱାମୀ ରଞ୍ଜନ ନାଏକ, ଶ୍ବଶୁର ଲଳିତ ନାଏକଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ପଚାରଉଚରା ଜାରି ରହିଥିଲା । ଆଜି ମଧ୍ୟ ପୁଲିସ ବାପ ଓ ପୁଅଙ୍କୁ ଅଟକ ରଖିଥିବା ବେଳେ ମୃତ ତମାଳର ଶାଶୁ ରାଏମତି ଆଜି ବାହାରର କବାଟ ଦେଇ ଘର ଭିତରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଯେହେତୁ ରାଏମତି ନିଜ ଭାଇଙ୍କ ଝିଅ ଭାଣଜି ତମାଳଙ୍କୁ ନିଜ ପୁଅ ରଞ୍ଜନଙ୍କ ସହିତ ବିବାହ କରାଇଥିଲେ ।  

ଜେଲ ଯିବା ଭୟରେ ନା ନିଜ ଘରୋଇ ସମ୍ପର୍କ ଖରାପ ହେଲା ଭୟରେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଗୋଟିଏ ପଟେ ବୋହୁର ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ଆଜି ଶାଶୁଙ୍କ ଆତ୍ମହତ୍ୟା କରିବା ଘଟଣା ସାରା ଥୁଆମୂଳ ରାମପୁରକୁ ଦୋହଲାଇ ଦେଇଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ମୃତ ତମାଳଙ୍କ ବାପା କାଳିଦାସ ନାଏକ ତମାଳର ସ୍ୱାମୀ, ଶ୍ୱଶୁର ଓ ଶାଶୁ ସମେତ ୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଲିସ ତମାଳର ଶାଶୁ ରାଏମତିଙ୍କୁ ଛାଡି ଉଭୟ ବାପ ଓ ପୁଅକୁ ଉଠାଇ ଆଣି ଥାନାରେ ଅଟକି ରଖିଥିଲେ । ଯଦି ପୁଲିସ ରାଏମତିଙ୍କୁ ମଧ୍ୟ ଥାନାକୁ ଆଣିଥାନ୍ତା ତାହେଲେ ଆଜି ରାଏମତି ଆତ୍ମହତ୍ୟା କରିନଥାନ୍ତେ ବୋଲି ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତୁରନ୍ତ କଳାହାଣ୍ଡି ଏସପି ଥୁଆମୂଳ ରାମପୁର ପୁଲିସକୁ ତଦନ୍ତ ପରିସର ଭୁକ୍ତ କରି ଏହାର ସତ୍ୟାସତ୍ୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.