ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ନିଆରା ପରିବାର... ଦୁଇ ମା', ଗୋଟେ ଝିଅ; ଫୁଲବାଣୀର ବଣମଲ୍ଲୀ ମଡେଲ ଦୁନିଆରେ ଚର୍ଚ୍ଚିତ

Published By : Prameya | May 11, 2025 2:51 PM

ପୁରୀ,୧୧/୦୫(ରାଜଶ୍ରୀ ସାହୁ): ସନ୍ତାନକୁ ଦଶ  ମାସ ଦଶ ଦିନ ଗର୍ଭରେ ଧରି କିଏ ମା’ର ପରିଚୟ  ପାଇଥାଏ ତ ପୁଣି କିଏ ଯଶୋଦା ଭଳି ବାତ୍ସଲ୍ୟ  ମମତା ଅଜାଡ଼ି ଦେଇ ମାତୃତ୍ୱର ପରିଭାଷା  ବଦଳାଇଦିଏ । ଜନ୍ମ ନ କରି ବି ଜନନୀ ସାଜେ ।  ଗର୍ଭଧାରଣ ନ କରି ମଧ୍ୟ ମା’ ବୋଲି ଗର୍ବ ଅନୁଭବ  କରେ । ସେଭଳି ପ୍ରେରଣାଦାୟୀ ମା’ ହେଉଛନ୍ତି  ପୁରୀ ସହରର କସ୍ତୁରିକା ମିଶ୍ର ଓ ମିନତି ମିଶ୍ର ।  ଆଜି ସାରା ବିଶ୍ୱ ମାତୃତ୍ୱ ଦିବସ ପାଳନ କରୁଛି ।  ବିନା ବିବାହରେ, ବିନା ସ୍ୱାମୀରେ, ଗର୍ଭବତୀ ନ  ହୋଇ, ସମାଜର କଟୁ କଥା ସହି ବଣମଲ୍ଲୀକୁ  ତୋଳି ନେଇ ସାରା ଦେଶରେ ମହକାଇ ପାରିଥିବା  ମା’ ହେଉଛନ୍ତି ଏହି ଦୁଇ ମହିୟସୀ ।  

ପିଲାଦିନର ଏହି ଦୁଇ ବାନ୍ଧବୀ ଏକ  ଶିଶୁକନ୍ୟାକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ।  କନ୍ଧମାଳର ଏକ ଆଦିବାସୀ ପରିବାରର ଝିଅକୁ  ୨୦ ବର୍ଷ ତଳେ ସେମାନେ ପୋଷ୍ୟ କରିଥିଲେ ।  ସ୍ନେହରେ ତା’ ନାଁ ଦେଇଥିଲେ ମିହିକା ମିଶ୍ର ।  ବଣମଲ୍ଲୀ ଭାବେ ଆସିଥିବା ମିହିକା ଏବେ ସାରା  ଦେଶକୁ ମହକାଉଛି । ଜଣେ ଖ୍ୟାତନାମା ମଡେଲ  ଭାବେ ପ୍ରତିଷ୍ଠିତ ହୋଇପାରିଛି । ଖାଲିଲ ମିହିକା  ନୁହେଁ, କସ୍ତୁରିକା ଓ ମିନତି ନିଜର ଏକ ଏନ୍‌ଜିଓ  ସଂସ୍ଥା ଯୋଗେ ଅବହେଳିତ ଶିଶୁମାନଙ୍କୁ ବିଭିନ୍ନ  ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । 

ପୁରୀ ଓ ଭୁବନେଶ୍ୱରରେ ସ୍କୁଲ ଶିକ୍ଷା ସାରିବା  ପରେ କସ୍ତୁରିକା ଆଇଏଏସ୍‌ ହେବାର ସ୍ୱପ୍ନ  ଦେଖି ନୂଆଦିଲ୍ଲୀ ଚାଲି ଯାଇଥିଲେ । ସାକ୍ଷାତକାର  ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ସେ ଆଇଏଏସ୍‌  ହେବାର ସ୍ୱପ୍ନ ପୂରଣ କରିପାରିନଥିଲେ । ତେବେ  ନୂଆଦିଲ୍ଲୀ ସ୍ଥିତି ଆମେରିକା ଦୂତାବାସରେ ଉଚ୍ଚ  ବେତନରେ ସେ ଚାକିରି କରିଥିଲେ । ଅନ୍ୟ  ଝିଅଙ୍କ ଭଳି ବିବାହ କରି ସଂସାର କରିବାର ସ୍ୱପ୍ନ  ଦେଖିଥିଲେ। କିନ୍ତୁ ମନପସନ୍ଦର ଜୀବନସାଥୀ  ନ ମିଳିବାରୁ ସେ ସାରା ଜୀବନ ଏକା ରହି  ଗୋଟିଏ ଝିଅକୁ ପୋଷ୍ୟ କରିବାକୁ ନିଷ୍ପତ୍ତି  ନେଇଥିଲେ । 

କସ୍ତୁରିକାଙ୍କ ଏହି ନିଷ୍ପତ୍ତିକୁ ତାଙ୍କ  ବାପା ତଥା ପୁରୀ ଜିଲ୍ଲାର ପୂର୍ବତନ ସିଡିଏମ୍‌ଓ  ଡା. ଜଗମୋହନ ମିଶ୍ର ସହଜରେ ଗ୍ରହଣ  କରି ନେଇଥିଲେ। ହେଲେ ତାଙ୍କ ମା’ ତଥା  ଓଡିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଭୁବନେଶ୍ୱରୀ  ମିଶ୍ର ଆପତ୍ତି ଉଠାଇଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରୀ ମଧ୍ୟ ନାତୁଣୀ ମିହିକା ସ୍ନେହରେ  ବାନ୍ଧି ହୋଇଯାଇଥିଲେ । ଭୁବନେଶ୍ୱରୀଙ୍କ ଶେଷ  ଜୀବନ ମିହିକାଙ୍କ ସହ ବିତିଛି । କସ୍ତୁରିକାଙ୍କ କହିବା କଥା, ତାଙ୍କୁ ୨୭ ବର୍ଷ ବୟସ ହୋଇଥିବା  ବେଳେ ସେ ସରକାରୀ ନିୟମ ଅନୁଯାୟୀ ପୋଷ୍ୟ  କନ୍ୟା ପାଇଁ ଆବେଦନ କରିଥିଲେ । ୫ ବର୍ଷ  ଅପେକ୍ଷା ପରେ ସେ କନ୍ଧମାଳର ଏକ ଆଶ୍ରମରୁ  ମହିକାକୁ ପାଇଥିଲେ । ସେତେବେଳେ ତାକୁ ୧  ବର୍ଷ ବୟସ ହୋଇଥିଲା । 

ଏହି ରାସ୍ତାରେ ତାଙ୍କ ସହଚର ସାଜିଥିଲେ  ତାଙ୍କ ବାଲ୍ୟ ବନ୍ଧୁ ମିନତି । କସ୍ତୁରିକାଙ୍କ ଭଳି  ମୀନତି ମଧ୍ୟ ଶିକ୍ଷୟିତ୍ରୀ ଭାବେ ଚାକିରି କରି  ଅବିବାହିତ ଜୀବନ ବିତାଉଥିଲେ । ଦୁଇ ବାନ୍ଧବୀ  ଦିଲ୍ଲୀର ଏକ ଫ୍ଲାଟରେ ଏକାଠି ରହି ମିହିକାଙ୍କୁ  ବଡ କରିଥିଲେ । ଦୁଇ ମା’ଙ୍କ ସ୍ନେହଶ୍ରଦ୍ଧା ଭିତରେ  ମିହିକା ବଡ଼ ହୋଇ ଏବେ ଫ୍ୟାସନ ଦୁନିଆରେ  ପରିଚିତ ଚେହେରା । ‘ମିସ୍‌ ଟିନ୍‌ ଇଣ୍ଡିଆ’ ସମେତ  ସେ ଏକାଧିକ ପୁରସ୍କାର ହାସଲ କରିଛନ୍ତି ।  

ମିହିକା କହିଛନ୍ତି, ମୋତେ ସମସ୍ତେ କୁହନ୍ତି  ମୋର ବାପା ନାହାନ୍ତି । ହେଲେ ମୁଁ ସେମାନଙ୍କୁ  ଗର୍ବରେ କହେ ମୋତେ ୨-୨ ଜଣ ମା’ ମିଳିଛନ୍ତି ।  ଉଭୟ ମୋତେ କେବେ କେଉଁଥିରେ ଅଭାବ  ରଖିନାହାନ୍ତି । ବଡ଼ ହୋଇ ମୁଁ ମଧ୍ୟ ଆଶ୍ରମରେ  ରହୁଥିବା ଅବହେଳିତ ପିଲାଙ୍କ ପାଇଁ କିଛି କରି  ଦେଖାଇବାର ସ୍ୱପ୍ନ ରଖିଛି । ମୁଁ ଯେମିତି ନୂଆ  ଜୀବନ ପାଇଛି ସେଭଳି ଅନେକ ନୂଆ ଜୀବନ  ଦେବାକୁ ଲକ୍ଷ୍ୟ ରଖିଛି ।  

ମୀନତି କହିଛନ୍ତି, ଆମେ ଦୁଇ ବାନ୍ଧବୀ  ଯେତେବେଳେ ଏକାଠି ରହିଲୁ । ସମାଜ  ଆମକୁ ଭିନ୍ନ ଦୃଷ୍ଟିରେ ଦେଖିଲା । ଆମ ପଛରେ  ଲୋକେ ଅନେକ କଥା କୁହନ୍ତି । ହେଲେ  ସେସବୁକୁ ଖାତିର ନ କରି ଆମେ ହସଖୁସିରେ  ଆଗେଇ ଚାଲିଛୁ । ଅନ୍ୟ ପରିବାର ଭଳି ଆମ  ପରିବାରରେ ବି ଝଗଡ଼ା ହୁଏ । ମୁଁ ମିହିକାକୁ  ତାଗିଦ୍‌ କଲାବେଳେ କସ୍ତୁରିକା ତାକୁ ଅଧିକ  ସ୍ୱାଧୀନ କରିଦିଏ । ସେଥିପାଇଁ ଆମର ମତାନ୍ତର  ହୁଏ । ହେଲେ କେବେ ବି ମନାନ୍ତର ହୁଏନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.