ମୁମ୍ୱାଇ,୧୫/୦୫: ବଲିଉଡ୍ ଓ ଟିଭିର ଜଣାଶୁଣା ଅଭିନେତ୍ରୀ ମୌନି ରୟଙ୍କ ୪ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସ୍ୱାମୀ ସୂରଜ ନାମ୍ବିୟାରଙ୍କ ସହ ସେ ବିବାହ ବିଚ୍ଛେଦ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଏକ ମିଳିତ ବିବୃତ୍ତିରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିବା ମୌନି ସ୍ପଷ୍ଟ କରିଛନ୍ତି । ସେତିକି ନୁହେଁ, ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଗଣମାଧ୍ୟମର ଅନାବଶ୍ୟକ ଦଖଲ ଓ ଚର୍ଚ୍ଚାକୁ ନେଇ ମଧ୍ୟ ସେ ନୈରାଶ୍ୟବୋଧ ବ୍ୟକ୍ତ କରିଛନ୍ତି । ବେଶ କିଛି ଦିନ ହେଲା ବ୍ୟକ୍ତିଗତ ଜୀବନକୁ ନେଇ ମୌନି ଚର୍ଚ୍ଚାରେ ରହିଛନ୍ତି ।

ଆହୁରି ପଢନ୍ତୁ- ରାମାୟଣର ରିଲିଜ ପୂର୍ବରୁ ଅଯୋଧ୍ୟାରେ ଜମି କିଣିଲେ ରଣବୀର କପୁର , ‘ The Sarayu’ ପ୍ରୋଜେକ୍ଟରେ କଲେ କୋଟି କୋଟି ଟଙ୍କାର ନିବେଶ

ସୋସିଆଲ ମିଡିଆରେ ତାଙ୍କ ବୈବାହିକ ସମ୍ପର୍କରେ ଫାଟ ଓ ଛାଡ଼ପତ୍ର ବିଷୟ ଖୁବ୍ ଭାଇରାଲ ହେଉଥିଲା । ଇନ୍ଷ୍ଟା ଷ୍ଟୋରୀରେ ଉଭୟ ଲେଖିଛନ୍ତି, ଗଣମାଧ୍ୟମର କିଛି ଲୋକ ଆମ ବ୍ୟକ୍ତିଗତ ଜୀବନରେ ଆବଶ୍ୟକଠୁ ଅଧିକ ଦଖଲ ଦେଉଛନ୍ତି । ଆମେ କହିବାକୁ ଚାହୁଁଛୁ ଯେ ଆପୋସ ବୁଝାମଣାରେ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ଏବଂ ଏହି ସମୟକୁ ଶାନ୍ତି ଓ ବ୍ୟକ୍ତିଗତ ରୂପେ ସମ୍ଭାଳୁଛୁ । ଆମ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ମିଛ ଓ ମନଗଢ଼ା କାହାଣୀ ପ୍ରଚାର ହୋଇଛି, ଯାହା ଆମ ସମ୍ପର୍କର ସତ୍ୟତାକୁ ଦର୍ଶାଉନାହିଁ । ବହୁତ ଚିନ୍ତା ଓ ବିଚାର ଏବଂ ପରିବର୍ତ୍ତିତ ପ୍ରାଥମିକତା ପରେ ଆମେ ସମ୍ମାନର ସହ ଭିନ୍ନ ଭିନ୍ନ ମାର୍ଗରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛୁ । ଦୀର୍ଘ ସମୟ ଡେଟ୍ ପରେ ମୌନି ଓ ସୂରଜ ୨୦୨୨ରେ ବିବାହ କରିଥିଲେ । ୨୦୨୪ରୁ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଲା ନାହିଁ । ସୂରଜ ମୌନିଙ୍କୁ ଧୋକା ଦେଇଥିବା ସୋସିଆଲ ମିଡିଆରେ ଅଭିଯୋଗ ହେବା ପରେ ସୂରଜ ନିକଟରେ ନିଜ ଇନ୍ଷ୍ଟା ଆକାଉଣ୍ଟ ବନ୍ଦ କରିଦେଇଥିଲେ ।