PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

‘ବ୍ରହ୍ମାସ୍ତ୍ର-୨,୩’ରେ ଜୁନୁନ୍‌ ଭୂମିକାକୁ ନେଇ ଆଶାବାଦୀ ମୌନି, ଖୁବ୍‌ଶୀଘ୍ର ଔପଚାରିକ ଘୋଷଣା କରିବେ ଆୟାନ୍

ମୁମ୍ବାଇ ୨୫/୦୯: ଗତ ୯ ତାରିଖରେ ମୁକ୍ତିଲାଭ କରିଛି ରଣବୀର କପୁର ଓ ଆଲିୟା ଭଟ୍ଟ ଷ୍ଟାରର୍‌ ‘ବ୍ରହ୍ମାସ୍ତ୍ର’ । ସିନେ ସମୀକ୍ଷକ ଓ ଦର୍ଶକ ଏହାକୁ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । କିନ୍ତୁ ନେଗେଟିଭ୍‌ ରୋଲ୍‌ ପ୍ଲେ କରିଥିବା ଅଭିନେତ୍ରୀ ମୌନି ରୟଙ୍କ ପ୍ରଦର୍ଶନକୁ ସମସ୍ତେ ପସନ୍ଦ କରିଛନ୍ତି । ଫିଲ୍ମରେ ସେ ଜୁନୁନ୍‌ ଚରିତ୍ର ନିର୍ବାହ କରିଛନ୍ତି । ‘ବ୍ରହ୍ମାସ୍ତ୍ର’ ଭାଗ-୨ରେ ଦେବ୍‌ ଓ ଅମୃତା ଭୂମିକାରେ କେଉଁ କଳାକାରଙ୍କୁ କାଷ୍ଟ୍‌ କରାଯିବ, ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ସିନେପ୍ରେମୀଙ୍କ ମନରେ ଆଉ ଏକ ପ୍ରଶ୍ନ ବି ରହିଛି । ଫିଲ୍ମର ଆଗାମୀ ଭାଗରେ ଜୁନୁନ୍‌ ଚରିତ୍ରର ପୁନରାବୃତ୍ତି ହେବ କି ନାହିଁ ଏବଂ ଏଥିରେ ମୌନିଙ୍କୁ କାଷ୍ଟ୍‌ କରାଯିବ କି ନାହିଁ, ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ ଅଛନ୍ତି । ଏକ ସାକ୍ଷାତକାରରେ ମୌନି ଏ ବିଷୟରେ ଖୁଲାସା କରିଛନ୍ତି ।

ସେ କହିଛନ୍ତି, ‘ବ୍ରହ୍ମାସ୍ତ୍ର’ର ଆଗାମୀ ଭାଗ-୨ ଓ ୩ର ଅଂଶ ହେବେ ବୋଲି ସେ ଆଶାବାଦୀ ଅଛନ୍ତି । ଏ ବିଷୟରେ ବାସ୍ତବରେ ତାଙ୍କର ଧାରଣା ନାହିଁ । କେବଳ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖର୍ଜୀ ହିଁ ଠିକ୍‌ରେ କହିପାରିବେ । ପୂର୍ବରୁ ଏକ ସାକ୍ଷାତକାରରେ ମୌନି କହିଥିଲେ, ଫିଲ୍ମରେ ଏକ ଛୋଟିଆ ଚରିତ୍ର ତାଙ୍କୁ ମିଳିଥିଲା । ପରେ କିନ୍ତୁ ସେ ମୁଖ୍ୟ ଭିଲେନ୍‌ ହେଲେ ।

ଆୟାନ ମୁଖର୍ଜୀ ‘ନାଗିନ୍‌’ ସିରିଏଲ୍‌ରେ ମୌନିଙ୍କୁ ଦେଖିବା ପରେ ଜୁନୁନ୍‌ ଭୂମିକା ପାଇଁ ତାଙ୍କୁ କାଷ୍ଟ୍‌ କରିଥିଲେ । ‘ବ୍ରହ୍ମାସ୍ତ୍ର-୨’ ରିଲିଜ୍‌ ହେବାକୁ ଆଉ ୨-୩ ବର୍ଷ ସମୟ ଲାଗିବ ବୋଲି ଆୟାନ କହିଥିଲେ । ଆଗାମୀ ଭାଗ ଲାଗି ରଣବୀର ସିଂହ ଓ ଦୀପିକା ପାଦୁକୋନ ଏହି ଶୃଙ୍ଖଳାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଖୁବ୍‌ଶୀଘ୍ର ଏହାର ଔପଚାରିକ ଘୋଷଣା ହେବ ।