କାଠମାଣ୍ଡୁରେ ପହଞ୍ଚିଲା କଳ୍ପାନଙ୍କ ମର ଶରୀର

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସଫଳତାର ସହ ଏଭରେଷ୍ଟ ଆରୋହଣ କରିବା ପରେ ଜୀବନ ହରାଇଥିବା ସୁନାମଧନ୍ୟ ପ୍ରର୍ବତାରୋହୀ କଳ୍ପାନ ଦାସଙ୍କ ପାର୍ଥିବ ଶରୀରକୁ ଉଦ୍ଧାରକାରୀ ଦଳ ଫେରାଇ ଆଣିଛନ୍ତି । ଆଜି ସକାଳେ ଉଦ୍ଧାରକାରୀ ଶେରପା ଦଳ କଳ୍ପନାଙ୍କ ମର ଶରୀରକୁ ଆଣି ବେସ୍ କ୍ୟାମ୍ପରେ ପହଞ୍ଚାଇଥିଲେ । ଏହାପରେ ହେଲି କ୍ୟାପ୍ଟର ଯୋଗେ କଳ୍ପନାଙ୍କ ଶରୀରକୁ ଲୁକ୍ଲାରେ ପହଞ୍ଚା ଯାଇଥିଲା ।
କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ରାଜ୍ୟ ସରକାର ନିୟମିତ ଯୋଗାଯୋଗ ଅବ୍ୟାହତ ରଖିଛନ୍ତି । ଏଭରେଷ୍ଟ ଶୀଖରରୁ କଳ୍ପାନଙ୍କ ମର ଶରୀର ଫେରାଇ ଆଣିବା ପାଇଁ ଖୁବ୍ କମ୍ ସମୟ ରହିଥିଲା । ୧୦ ଜଣିଆ ଉଦ୍ଧାରକାରୀ ଶେରପା ଦଳ ସୋମବାର ସକାଳୁ ସେମାନେ ଶୀଖର ଅଭିମୂଖେ ଯାତ୍ରା ଆରମ୍ଭ କରିଥିଲେ । ୮,୬୦୦ ମିଟର ଉଚ୍ଚ ଚଢିବା ପରେ ମାତ୍ର ୩ ଦିନ ମଧ୍ୟରେ ସେମାନେ ସେଠାରେ କଳ୍ପାନଙ୍କ ମୃତ ଦେହ ଖୋଜି ବାହାର କରିବା ସହ ଏହାକୁ ଆଣି ଲୁକ୍ଲାରେ ପହଞ୍ଚାଇଥିଲେ । ଲୁକ୍ଲାରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଏହାପରେ ହେଲି କ୍ୟାପ୍ଟର ଯୋଗେ ମର ଶରୀରକୁ କାଠମାଣ୍ଡୁ ଅଣା ଯାଇଛି । ମିଳିଥିବା ସୂଚନା ଅନୁଯାୟୀ କାଠମାଣ୍ଡୁରେ କଳ୍ପାନଙ୍କ ବୃତ ଦେହର ପୋଷ୍ଟ ମର୍ଟମ କରାଯିବ ।