ବଲିଉଡ୍ ଫିଲ୍ମ ଇତିହାସରେ ପ୍ରଥମ: ଭୋର ୪.୩୦ରେ ରିଲିଜ୍ ହେବ ବାଲ୍ ସାହେବ ଠାକ୍ରେଙ୍କ ବାୟୋପିକ୍ ‘ଠାକ୍ରେ’ ପଛରେ ପଡ଼ିଲା ସଲମାନ୍ ଓ ସାହରୁଖ୍ଙ୍କ ରେକର୍ଡ

ମୁମ୍ବାଇ: ବଲିଉଡ୍ ଚଳିତ ବର୍ଷ ବାଲ୍ ସାହେବ ଠାକରେଙ୍କୁ ତାଙ୍କୁ ଜନ୍ମ ଦିନ ଅବସରରେ ବଡ଼ ଉପହାର ଦେବାକୁ ଯାଉଛି । ଜାନୁଆରି ୨୩ରେ ତାଙ୍କ ଜନ୍ମଦିନ ଥିବାବେଳେ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ‘ଠାକ୍ରେ’କୁ ଜାନୁଆରି ୨୫ରେ ରିଲିଜ୍ କରାଯାଉଛି । ଏହି ଫିଲ୍ମରେ ଠାକ୍ରେଙ୍କ ଜୀବନ ସହ ଜଡ଼ିତ ଅନେକ ଅଜଣା କଥା ଦର୍ଶକ ଜାଣିବାର ସୁଯୋଗ ପାଇବେ । ଫିଲ୍ମରେ ବାଲ୍ ଠାକ୍ରେଙ୍କ ଭୂମିକାରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି ଥିବାବେଳେ ଅଭିନେତ୍ରୀ ଭୂମିକାରେ ଅମୃତା ରାଓ ରହିଛନ୍ତି । ଯାହାକି ପ୍ରଥମ ଥର ପାଇଁ ଭୋର ୪.୩୦ମି.ରେ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି । ସାଧାରଣତଃ ଭାବରେ ଫିଲ୍ମକୁ ୭ଟା ସମୟରେ ରିଲିଜ୍ କରାଯାଉଥିବାବେଳେ ଫିଲ୍ମ ‘ଠାକ୍ରେ’ କୁ ପ୍ରଥମ ଥର ପାଇଁ ସକାଳ ୪.୩୦ରେ ରିଲିଜ୍ କରାଯିବ । ଏହା ପଛରେ ରହିଛି ଏକ ବଡ଼ କାରଣ ।
ସୂଚନା ମୁତାବକ, ମହାରାଷ୍ଟ୍ରରେ ବାଲା ସାହେବଙ୍କ କ୍ରେଜ୍ ରହିଛି । ତାଙ୍କର ପ୍ରାରମ୍ଭିକ ଜୀବନୀ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ଜାଗ୍ରତ ହୋଇଛି । ସେହି କାରଣରୁ ଦର୍ଶକଙ୍କ ପାଇଁ ଏଭଳି ଏକ ବଡ଼ ପଦକ୍ଷେପ ନିଆଯାଇଛି । ମାତ୍ର ଏଭଳି ମୋ÷କା ସାହରୁଖ ଖାନ୍ ହେଉ କି ସଲମାନ୍ ଖାନ୍ ବା ଅମିତାଭ ବଚ୍ଚନଙ୍କ ଫିଲ୍ମକୁୁ ମିଳିନି ।