PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବିଏମ୍‌ସିକୁ ଟାର୍ଗେଟ କଲେ ସାଂସଦ ଅପରାଜିତା; ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି

ଭୁବନେଶ୍ୱର,୧୮ ।୭(ବ୍ୟୁରୋ): ସହର ସାରା କୁଢ଼ କୁଢ଼ ଆବର୍ଜନା । ଅନେକ ସ୍ଥାନରେ ବହୁ ଦିନ ଧରି ଅଳିଆ ଉଠୁନି । ମଶା ଉପଦ୍ରବ ନିୟନ୍ତ୍ରଣ ବାହାରେ । ପରିମଳ ଓ ସ୍ୱଚ୍ଛତା ଚିତ୍ର ବି ଅତି କଦର୍ଯ୍ୟ । ଜନଗହଳି ସ୍ଥାନରେ ପରିମଳ ଆହୁରି ଖରାପ । ରାଜଧାନୀବାସୀ ଲଗାତର ଭାବେ ଏହି ଅଭିଯୋଗ କରି ଆସୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର କରୁଥିବା ସ୍ୱଚ୍ଛତା ସର୍ବେକ୍ଷଣରେ ଭୁବନେଶ୍ୱର ସବୁବେଳେ ପଛରେ ପଡୁଛି । ଏବେ ରାଜଧାନୀବାସୀଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ଟ୍ୱିଟ୍‌ କରି ସହରର ସଫେଇ ଦାୟିତ୍ୱରେ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଉପରେ ଭୀଷଣ ବର୍ଷିଛନ୍ତି ।

ଆଜି ସହର ବୁଲିବା ବେଳେ ଚାରିଆଡେ ଗଦା ଗଦା ଅଳିଆ ଆବର୍ଜନା ଦେଖିବାକୁ ପାଇଲି । ଅପରାଜିତା କ୍ଷୋଭ ଭରା ଟ୍ୱିଟରେ ଲେଖିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି, ସହରର ସଫେଇ ଦାୟିତ୍ୱରେ ଥିବା ବିଏମସିର ପରିମଳ ଶାଖା କ’ଣ କରୁଛି? ପ୍ରଶାସନିକ କଳ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଭଳି ମନେ ହେଉଛି । ସଂସଦର ଅଧିବେଶନ ସରିବା ମାତ୍ରେ ଏହି ଘଟଣାକୁ ଦୃଷ୍ଟି ଦେବି ବୋଲି ସେ କହିଛନ୍ତି । ରାସ୍ତାକଡରେ ବିଛାଡ଼ି ହୋଇ ପଡୁ଼ଥିବା ଏକ ଫଟୋକୁ ସେୟାର କରିବା ସହ ସାଂସଦ ଅପରାଜିତା ଏହି ଟ୍ୱିଟ କରିଛନ୍ତି ।ଅପରାଜିତାଙ୍କ ଏହି ଟ୍ୱିଟ ପରେ ଅନେକ ଲୋକେ ସହରର ପରିମଳସକୁ ନେଇ ବିଏମସି ଉପରେ ବର୍ଷିଛନ୍ତି । ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଲୋକ ଲେଖିଛନ୍ତି । ହୋଟେଲ ବରି ଇଣ୍ଟରନ୍ୟାସନାଲ ପାଖରେ ଅଳିଆ, ଆବର୍ଜନା ଗଦା ହୋଇ ରହୁଛି । କିନ୍ତୁ ବିଏମସି ଏହାକୁ ସଫା କରୁନି ବୋଲି ପ୍ରଭାତ ବେହେରା ନାମକ ଜଣେ ବ୍ୟକ୍ତି ଅପରାଜିତାଙ୍କ ଟ୍ୱିଟ ଉପରେ କମେଣ୍ଟରେ ଲେଖିଛନ୍ତି ।