PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପଶୁ ପ୍ରେମର ଉଦାହରଣ: କରେଣ୍ଟ ଲାଗି ମାଙ୍କଡର ହୋଇଥିଲା ମୃତ୍ୟୁ,ସ୍ଥାନୀୟ ଲୋକେ ରୀତିନୀତି ଅନୁସାରେ କଲେ ଅନ୍ତିମ ସଂସ୍କାର

ରେୱା,୨୫।୫: ମଧ୍ୟ ପ୍ରଦେଶର ରେୱା ଜିଲ୍ଲାରେ ପଶୁ ପ୍ରେମର ଏକ ଅଦ୍ଭୁତ ମାମଲା ଦେଖିବାକୁ ମିଳିଛି। କରେଣ୍ଟ ଲାଗି ଏକ ମୃତ ମାଙ୍କଡର ହିନ୍ଦୁ ରୀତିନୀତି ଅନୁସାରେ କରାଯାଇଛି ଅନ୍ତିମ ସଂସ୍କର। ସୋମବାର ଦିନ ମାଙ୍କଡଟିର ଅନ୍ତିମ ସଂସ୍କାର କରିଥିଲେ ସ୍ଥାନୀୟ ଲୋକ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମାଙ୍କଡକୁ ପ୍ରୋସେସନ୍‌ରେ ନେଇ କରାଯାଇଥିଲା ଅନ୍ତିମ ସଂସ୍କାର।

ମହେନ୍ଦ୍ର କେଶରଓ୍ବାନୀ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କହିବା ଅନୁସାରେ ମୁଁ ଯେତେବେଳେ ଦୋକାନ ଖୋଲିଥିଲି ସେତେବେଳେ ଇଲେକ୍ଟ୍ରି ଖୁଣ୍ଟରେ ଏକ ମାଙ୍କଡକୁ ମୃତ ଅବସ୍ଥାରେ ଦେଖିଥିଲି। ଏ ବିଷୟରେ ଯେତେବେଳେ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ପଚାରିଥିଲୁ ସେ କହିଥିଲେ ଏହା ବନ ବିଭାଗର କାର୍ଯ୍ୟ। ଅନ୍ୟପକ୍ଷେ ବନ ବିଭାଗ କହିଥିଲା ଏହା ମ୍ୟୁନିସି ପାଲିଟିର ଦାୟିତ୍ବ। ବନ ବିଭାଗ ଏଭଳି କହିବା ପରେ ଶେଷରେ ସ୍ଥାନୀୟ ଲୋକ ଓ ଦୋକାନୀମାନେ ମିଶି ମୃତ ମାଙ୍କଡର ଅନ୍ତିମ ସଂସ୍କାର କରିଥିଲେ।

ବିଜୁଳି କର୍ମଚାରୀଙ୍କ ସହାୟତାରେ ମାଙ୍କଡକୁ ତଳକୁ ଆଣିଥିଲେ। ଏହାପରେ ମୃତ ମାଙ୍କଡକୁ ବିଧି ବିଧିାନର ସହିତ ଗଙ୍ଗାଜଳରେ ଗାଧୋଇ ନୂଆ କପଡା ପିନ୍ଧାଇ ମୁଖ୍ୟ ରାସ୍ତାରେ ଶବ ଯାତ୍ରା ବାହାରିଥିଲା। ଏହି ସମୟରେ ଯୁବକମାନେ ଜୟ ଶ୍ରୀରାମ୍, ବଜରଙ୍ଗ ବଲିଙ୍କ ଜୟ ବୋଲି ସ୍ଲୋଗାନ ଦେଇଥିଲେ। ମାଙ୍କଡକୁ ଜୟଶ୍ରୀ ରାମ୍ ଲେଖାଥିବା ନାମାବଳୀ ପିନ୍ଧାଇ ଯାଇଥିଲା। ଶେଷରେ ମୃତ ମାଙ୍କଡକୁ ସମାଧି ଦିଆଯାଇଥିଲା।