PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସାଂସଦ ରବି କିଶନ୍‌ଙ୍କୁ ୩ କୋଟିର ଚୂନ ଲଗାଇଲେ ବ୍ୟବସାୟୀ, ଚେକ୍ ବାଉନ୍‌ସ ନେଇ ଥାନାରେ କଲେ ଅଭିଯୋଗ

ଲକ୍ଷ୍ନୌ ୨୯/୦୯ : ଅଭିନେତା ତଥା ଗୋରଖପୁର ସାଂସଦ ରବି କିଶନ୍‌ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ଜିତେନ୍ଦ୍ର ରମେଶ ତାଙ୍କଠାରୁ ୩.୨୫ କୋଟି ଟଙ୍କା ଠକି ନେଇଛନ୍ତି । ଏ ନେଇ ରବି ପୁଲିସରେ ଅଭିଯୋଗ କରିଛନ୍ତି । ଜିତେନ୍ଦ୍ରଙ୍କ ବିରୋଧରେ ରବି କିଶନ୍‌ଙ୍କ ଟଙ୍କା ନ ଫେରାଇବା ଓ ବାଉନ୍‌ସ ଚେକ୍‌ ଦେବାର ଅଭିଯୋଗ ହୋଇଛି ।

ଏତଲା ଅନୁସାରେ, ୧୦ ବର୍ଷ ପୂର୍ବରୁ ରବି କିଶନ୍‌ଙ୍କଠାରୁ ଜିତେନ୍ଦ୍ର ଏହି ଟଙ୍କା ଧାର୍‌ ନେଇଥିଲେ । ସେ ତାକୁ ଦୀର୍ଘ ଦିନ ଧରି ଫେରାଇ ନଥିଲେ । ଯେତେବେଳେ ତାଙ୍କ ଉପରେ ଟଙ୍କା ଫେରାଇବାକୁ ଚାପ ସୃଷ୍ଟି କରାଗଲା, ସେ ରବିଙ୍କୁ ଗତବର୍ଷ ଡିସେମ୍ବର ମାସରେ ୩୪ ଲକ୍ଷ ଟଙ୍କା ଲେଖାଏଁର ୧୨ଟି ଚେକ୍‌ ଦେଇଥିଲେ । ରବି କିଶନ୍‌ ସେଥିମଧ୍ୟରୁ ଗୋଟିଏକୁ ଗୋରଖପୁରରେ ଏସ୍‌ବିଆଇର ଏକ ଶାଖାରେ ଜମା କଲେ । କିନ୍ତୁ ତାହା ବାଉନ୍‌ସ ହୋଇଗଲା । ଏ ନେଇ ରବି ଜିତେନ୍ଦ୍ରଙ୍କ ସହ କଥା ହୋଇଥିଲେ । ହେଲେ ତାଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଜବାବ ମିଳିଲା ନାହିଁ ।

ସମ୍ବନ୍ଧିତ ଖବର