PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଧୋନିଙ୍କୁ ନେଇ ସେନା ମୁଖ୍ୟ କହିଲେ ଏଭଳି ବଡ଼ କଥା,ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୭: ପୂର୍ବତନ କ୍ୟାପଟେନ୍ ତଥା ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନି ଲେଫ୍ଟନେଣ୍ଟ କର୍ଣ୍ଣଲ ଭାବରେ ଟେରିଟୋରିଆଲ ଆର୍ମିର ପାରାରେଜିମେଣ୍ଟରେ ଯୋଜ ଦେବାକୁ ଯାଉଛନ୍ତି। ସେ ଆସନ୍ତା ୩୧ ତାରିଖରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ କଶ୍ମୀରର ଭିକ୍ଟର ସେକ୍ଟରରେ ଡ୍ୟୁଟି କରିବେ। ଏହା ମଧ୍ୟରେ ଧୋନିଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଆଜି ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ କହିଛନ୍ତି, ଧୋନିଙ୍କୁ ସୁରକ୍ଷାରୁ କିଛି ଆବଶ୍ୟକତା ନାହିଁ, ସେ ଜନତାଙ୍କ ସେବା କରିବେ। ଧୋନି ସେନା ସହିତ ନିଜର ଡ୍ୟୁଟି କରିବାକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି। ଅନ୍ୟ ସୈନିକଙ୍କ ଭଳି ଧୋନି ମଧ୍ୟ ରକ୍ଷକର ଭୂମିକା ତୁଲାଇବେ।

ଏହା ସହିତ ରାଓ୍ବତ କହିଛନ୍ତି,  ଯେତେବେଳେ ଜଣେ ଭାରତୀୟ ନାଗରିକ ସେନାର ପୋଷାକ ପିନ୍ଧେ ତାକୁ ଏହା ସମ୍ପର୍କିତ ସବୁ କାମକୁ ପୂରଣ କରିବାକୁ ପ୍ରସ୍ତୁତ ରହିବା ଦରକାର। ଧୋନି ନିଜର ବେସିକ୍ ଟ୍ରେନିଂ ପୂରଣ କରିସାରିଛନ୍ତି। ଆମକୁ ଜଣାଅଛି ସେ ନିଜର ସବୁ କାମ ପୂରଣ କରିବେ। ଏହାଛଡା ସେ କହିଛନ୍ତି, ସତ କହିବାକୁ ଗଲେ ସେ ବହୁ ଲୋକଙ୍କ ଜୀବନ ବଞ୍ଚାଇବେ, କାରଣ ସେ ଏବେ ୧୦୬ ଟେରିଟୋରିୟଲ ଆର୍ମିର ବାଟାଲିୟନ ସହିତ କାମ କରିବେ।

ଏହା ଖୁବ୍ ଭଲ ବାଟାଲିୟନ ଓ ଓ୍ବେ କମ୍ୟୁନିକେସନ୍ ଡ୍ୟୁଟି, ଷ୍ଟାଟିକ୍ ପ୍ରୋଟେକସନର ଦାୟିତ୍ବ ଗ୍ରହଣ କରିଥାଏ। ଧୋନି ଏହାର ଅଂଶ ହେବେ। ମୋତେ ଲାଗୁନି ଆମକୁ ତାଙ୍କୁ ସୁରକ୍ଷା ଦେବାର କୌଣସି ଆବଶ୍ୟକତା ଅଛି। ଉଲ୍ଲେଖନୀୟ ଯେ, ଧୋନିଙ୍କର କ୍ରିକେଟ ସହିତ ସେନାରେ କାମ କରିବାରେ ଥିଲା, ତେଣୁ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ନଯାଇ ସେନା ସହିତ ସମୟ ବିତାଇବେ ବୋଲି କହିଥିଲେ।