ନୂଆଦିଲ୍ଲୀ : ମହେନ୍ଦ୍ରସିଂହ ଧୋନୀ, ଏହି ନାମ ହିଁ ଯଥେଷ୍ଟ । ଟିମ୍ ଇଣ୍ଡିଣ ପୂର୍ବତନ ଅଧିନାୟକ ମହେନ୍ଦ୍ରସିଂହ ଧୋନୀ ଚଳିତ ଆଇପିଏଲରେ ଏଯାବତ ମ୍ୟାଚ୍ ଖେଳିନାହାନ୍ତି । ଆହତ ସହ ଜୁଝି ହେଉଥିବା ଏହି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳ ଚଳିତବର୍ଷ ବିଜୟ ଖାତା ଖୋଲିପାରିନାହିଁ । ୩ ମ୍ୟାଚରୁ ୩ ପରାଜୟ ବରଣ କରିଛି । ପ୍ରଥମ ବିଜୟ ଆଶାରେ ଦଳ ରହିଥିବାବେଳେ ଫ୍ୟାନ୍ସମାନେ ଧୋନୀଙ୍କୁ ଚାହିଁ ବସିଛନ୍ତି । ମାହି କେବେ ଫେରିବେ ଏବଂ ଦଳକୁ ସଙ୍କଟରୁ ମୁକ୍ତ କରିବେ ? ଏମିତି ଆଶା ରଖିଛନ୍ତି ଫ୍ୟାନ୍ସ ।

ଆହତ କାରଣରୁ ଦୁଇ ସପ୍ତାହ ଧୋନୀ ବାହାରେ ରହିବେ ବୋଲି ପ୍ରଥମରୁ ସିଏସକେ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଦଳ ଲଗାତାର ବିଫଳ ହେଉଥିବାବେଳେ ଫ୍ୟାନ୍ସମାନେ ଧୋନୀଙ୍କ କରିସ୍ମା ଉପରେ ନଜର ରଖିଛନ୍ତି । ପୂର୍ବରୁ ଚେନ୍ନାଇକୁ ୫ଥର ଚାମ୍ପିୟନ କରିଥିବା ମାହିଙ୍କ ଉପସ୍ଥିତି ଦଳ ପାଇଁ ବଡ଼ ଲାଭଦାୟକ ହୋଇଛି । ମାତ୍ର ଏଥରକ ତାଙ୍କ ଅନୁପସ୍ଥିତି ଫ୍ୟାନ୍ସଙ୍କୁ ଅଧିକ ବ୍ୟଥିତ କରିଛି । ସେ କେବେ ଦଳକୁ ଫେରିବେ ଏନେଇ ଫ୍ରାଞ୍ଚାଇଜ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ନିକଟରେ କିନ୍ତୁ ଧୋନୀ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିବାବେଳେ ଆଶା କରାଯାଉଛି କି, ସେ ଖୁବଶୀଘ୍ର ଦଳକୁ ଫେରିପାରନ୍ତି । କିନ୍ତୁ ଏବେ ମଧ୍ୟ ଧୋନୀ ଆହତରୁ ମୁକୁଳିନାହାନ୍ତି ।

​​​​​​​

ପରବର୍ତ୍ତୀ ମ୍ୟାଚ ଦିଲ୍ଲୀ ବିପକ୍ଷରେ ସିଏସକେ ଖେଳୁଥିବାବେଳେ ମାହି ନଜର ଆସିବେ ନାହିଁ । ମାତ୍ର ଏହାପରେ କେକେଆର ବିପକ୍ଷ ମ୍ୟାଚରେ ନଜର ଆସିବାର ସମ୍ଭାବନା ଅଧିକ ରହିଛି । 

ଏହାସହ ପଢ଼ନ୍ତୁ : ବୃନ୍ଦାବନର ଯମୁନା ନଦୀରେ ଓଲଟିଲା ଡଙ୍ଗା, ଚାଲିଗଲା ୧୦ ଜୀବନ