ନୂଆଦିଲ୍ଲୀ,୨୮/୦୩; ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ବ୍ୟାଡ ନ୍ୟୁଜ । ବିଶେଷ କରି ଏମଏସ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ନିରାଶା କରିବା ପରି ଖବର ଆସିଛି । ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଏମଏସ ଧୋନୀ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିପାରନ୍ତି । ରିପୋର୍ଟ ଅନୁସାରେ, ଧୋନୀ ଆଘାତ ଯୋଗୁଁ ଆଇପିଏଲ ସିଜିନ ୧୯ର ପ୍ରଥମ ଦୁଇ ସପ୍ତାହ ଖେଳିପାରିବେ ନାହିଁ । ସିଏସଏକ ଧୋନୀଙ୍କ ବିନା ତାର ଆଇପିଏଲ ଅଭିଯାନ ଆରମ୍ଭ କରିବ । ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ଯେଉଁଥିରେ ଧୋନୀଙ୍କ ଆହତ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି ।

ହଠାତ୍ ଧୋନୀଙ୍କ ସହିତ କଣ ହେଲା ? ସିଏସକେ ତାର ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ କହିଛି, " ଏମଏସ ଧୋନୀ ବର୍ତ୍ତମାନ ଆହତ ସମସ୍ୟା ପାଇଁ ପୁନର୍ବାସରେ ଅଛନ୍ତି ।  ତାଙ୍କ ଗୋଡରେ ଆହତ ସମସ୍ୟା ରହିଛି (calf strain) । ଏ ନେଇ ସେ ଦୁଇ ସପ୍ତାହ ପାଇଁ ଆଇପିଏଲ ୨୦୨୬ରୁ ବାଦ ରହି ପାରନ୍ତି । ଧୋନୀଙ୍କ ଆହତ ସମସ୍ୟା ପ୍ରଶଂସକମାନଙ୍କୁ ବଡ଼ ଝଟକା ଦେଇଛି । କାରଣ ସେ କେବଳ ପ୍ରଥମ ମ୍ୟାଚ୍ ପାଇଁ ନୁହେଁ, ବରଂ ପରବର୍ତ୍ତୀ ଦୁଇ ସପ୍ତାହ ପାଇଁ ବାଦ ରହିବେ ।

କେତେ ମ୍ୟାଚ୍ ରୁ ବାହାରେ ରହିବେ ଧୋନୀ ? ଯଦି ଧୋନୀ ପୂରା ଦୁଇ ସପ୍ତାହ ଅର୍ଥାତ୍ ୧୪ ଦିନ ପାଇଁ ବାହାରେ ରୁହନ୍ତି, ତେବେ ସେ ଅତି କମରେ ୩ଟି ମ୍ୟାଚ୍ ଖେଳିପାରିବେ ନାହିଁ । ସିଏସକେର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୩୦ରେ ଗୌହାଟୀରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅଛି । ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ ୩ରେ ଚେନ୍ନାଇରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରହିଛ । ଦଳ ଏପ୍ରିଲ ୫ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସେମାନଙ୍କର ଘରୋଇ ଗ୍ରାଉଣ୍ଡରେ ୩ଯ ମ୍ୟାଚ୍ ଖେଳିବ, ଏହି ମ୍ୟାଚ୍ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଧୋନୀ ସମସ୍ତ ତିନୋଟି ମ୍ୟାଚ୍ ହରାଇପାରନ୍ତି । ସେ ଏପ୍ରିଲ ୧୧ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଖେଳିପାରନ୍ତି ।

 ଏହା ବି ପଢନ୍ତୁ...IPL ୨୦୨୬ ପାଇଁ କମେଣ୍ଟ୍ରି ପ୍ୟାନେଲ ଘୋଷଣା; ୧୨ଟି ଭାଷାରେ କହିବେ ୧୩୦ରୁ ଅଧିକ କମେଣ୍ଟେଟର

ଗେଟ୍ ୱେଲ୍ ସୁନ୍ ଥାଲା- ଗତ ଦୁଇଟି ସିଜିନ୍ ଧରି ଧୋନୀ ଫିଟନେସ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ ଆଣ୍ଠୁ ଆଘାତର ସମ୍ମୁଖୀନ ହୋଇଛନ୍ତି, ପ୍ରାୟତଃ ଆଇସ୍ ପ୍ୟାକ୍ ପିନ୍ଧି କିମ୍ବା ଆଣ୍ଠୁରେ ବ୍ୟାଣ୍ଡେଜ୍ କରୁଥିବାର ଦେଖିବାକୁ ମିଳିଥିଲା । ୨୦୨୪ ସିଜିନ୍ ପରେ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ଫଳରେ ତାଙ୍କ ଖେଳିବା କ୍ଷମତା ଉପରେ ପ୍ରାୟତଃ ପ୍ରଶ୍ନ ଉଠିଛି । ଧୋନୀ ନିଜେ ବାରମ୍ବାର କହିଛନ୍ତି ଯେ ବର୍ଷରେ ୧୦ ମାସ ଫିଟ୍ ରହିବା ତାଙ୍କର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।