PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂହ ଧୋନି କରିପାରନ୍ତି ଏହି କାମ ! ଶୁଣିଲେ ଲାଗିପାରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୧୩।୭: ବିଶ୍ବ କପ୍-୨୦୧୯ରେ ଭାରତର ଯାତ୍ରା ସେମିଫାଇନାଲରେ ହିଁ ଶେଷ ହୋଇଗଲା। ଏହି ବିଶ୍ବ କପରେ ୨୦୧୧ ବିଶ୍ବ କପ ବିଜେତା ତଥା  ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ  ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ନାନା ଆଲୋଚନା ହେବାକୁ ଲାଗିଛି। କେବଳ ସେତିକି ନୁହେଁ ଏବେ ଧୋନିଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଏଥିସହ ଧୋନି କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ, ତା’କୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କିଛି ଲୋକ ଧୋନି ଅବସର ନେବା ପରେ ପେଣ୍ଟିଂରେ କ୍ୟାରିୟର କରିବେ ବୋଲି କହୁଥିବା ବେଳେ ଆଉ କିଛି ଲୋକ ମାହି ରାଜନୀତି କରିବେ ବୋଲି କହୁଛନ୍ତି। ତେବେ ମାହି ପ୍ରକୃତରେ କରିବେ ତାହାକୁ ନେଇ ସମସ୍ତଙ୍କ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଯାଇଛି।

ତେବେ ଏସବୁ ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସଞ୍ଜୟ ପାଶ୍ୱାନ ଆଜି ଦେଇଥିବା ବୟାନ ପୂରା ଘଟଣାକୁ ନୂଆ ମୋଡ଼ ଦେଇଛି। ଧୋନି କ୍ରିକେଟରୁ ଅବସର ନେବା ପରେ ରାଜନୀତିକୁ ଆସିବେ ଏବଂ ସେ ବିଜେପିରେ ଯୋଗଦେବେ ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ପାଶ୍ୱାନ କହିଛନ୍ତି, “ଅବସର ପରେ ମହେନ୍ଦ୍ର ସିଂହ ଧୋନି ତାଙ୍କର ରାଜନୀତିକ ଇନିଂସ ଆରମ୍ଭ କରିବେ। ସେ ‘ଟିମ୍‌ ନରେନ୍ଦ୍ର ମୋଦି’ରେ ମଧ୍ୟ ସାମିଲ ହୋଇପାରନ୍ତି। ଧୋନି ବିଜେପିରେ ମିଶିବେ ବୋଲି ଦୀର୍ଘଦିନରୁ ଆଲୋଚନା ଚାଲିଛି। ତେବେ ଏସର୍ମ୍ପକିତ ନିଷ୍ପତ୍ତି ଧୋନିଙ୍କ ଅବସର ପରେ ହିଁ ଚୂଡ଼ାନ୍ତ ରୂପ ନେବ।

ସମ୍ବନ୍ଧିତ ଖବର