ନୂଆଦିଲ୍ଲୀ,୦୭/୧୨: ମହେନ୍ଦ୍ର ସିଂହ ଧୋନୀ । କ୍ୟାପ୍ଟେନ କୁଲ । ଥାଲା । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଅଧିନାୟକ ନାହାନ୍ତି ସତ । ହେଲେ ତାଙ୍କ ଡିମାଣ୍ଡ ରହିଛି । ବିଭିନ୍ନ କମ୍ପାନୀ ବ୍ରାଣ୍ଡର ପ୍ରଚାର ପାଇଁ ପ୍ରଥମ ପସନ୍ଦ ହୋଇଛନ୍ତି ଏମଏସଡି । ଏ କ୍ଷେତ୍ରରେ ସେ ବଲିଉଡ଼ର ବହୁ ବଡ ବଡ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନ, ବାଦଶାହ ଶାହରୁଖ ଶାନ ଓ ଅକ୍ଷୟ କୁମାରଙ୍କୁ ଟପିଛନ୍ତି ଧୋନୀ ।
୨୦୨୪ରେ ମାତ୍ର ୬ମାସରେ ୪୨ଟି ବ୍ରାଣ୍ଡ ପ୍ରଚାର ପାଇଁ ଡିଲ୍ କରିଛନ୍ତି । ଏପରି କି ସେ ଶାହରୁଖ, ବିଗ୍ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଛନ୍ତି । ଟିଏମଏ ରିପୋର୍ଟରୁ ଏହି ତଥ୍ୟା ସାମ୍ନାକୁ ଆସିଛି । ବ୍ରାଣ୍ଡର ବିଜ୍ଞାପନ ପାଇଁ ଧୋନୀଙ୍କ ପରଦା ଉପସ୍ଥିତିକୁ ନେଇ ମଧ୍ୟ ଟାମ ରିପୋର୍ଟ ଦେଇଛି । ଏଥିରେ ମଧ୍ୟ ଏମଏସଡି ଶାହରୁଖ, ଅମିତାଭ ଓ ଅକ୍ଷୟ କୁମାରଙ୍କଠୁ ପଛରେ ରହିଛନ୍ତି । ତଥାପି ତାଙ୍କ ଡିମାଣ୍ଡ ରହିଛି । ଅକ୍ଷୟ କୁମାର ୨୨ ଘଣ୍ଟା, ଶାହରୁଖ ୨୦ ଘଣ୍ଟା ଓ ଅମିତାଭ ୧୬ ଘଣ୍ଟା ସ୍କ୍ରିନରେ ରହୁଥିବାବେଳେ ଧୋନୀଙ୍କୁ ୧୪ ଘଣ୍ଟା ସ୍କ୍ରିନରେ ଦେଖିବାକୁ ମିଳେ ।
ଏହିସବୁ ବ୍ରାଣ୍ଡ ସହ ସମ୍ପୃକ୍ତ ଧୋନୀ...
ଏମଏସଡି ବହୁ ବଡ ବଡ କମ୍ପାନୀ ସହିତ ଜଡିତ ଅଛନ୍ତି । ସେ ଯେଉଁ ବ୍ରାଣ୍ଡଗୁଡିକର ବିଜ୍ଞାପନ କରୁଛନ୍ତି ସେଗୁଡିକ ହେଲା, ସିଟ୍ରୋନ, ଡ୍ରୋନ ଷ୍ଟାର୍ଟଅପ ଗରୁଡ, ଏରୋସ୍ପୋସ୍, ଫ୍ଲିପକାର୍ଟ ମାଲିକାନାରେ ଥିବା କ୍ଲିଟ୍ରିପ୍, ପେପସିକୋର ଲେସ୍, ଇମୋଟୋରାଡ, ମାଷ୍ଟରକାର୍ଡ, ଗଲ୍ଫଅଏଲ, ଓରିଏଣ୍ଟ ଇଲେକ୍ଟ୍ରିକ ଏବଂ ଏକ୍ସପ୍ଲୋସିଭ ହ୍ବି ଇତ୍ୟାଦ । ଆଇପିଏଲ ଧୋନୀଙ୍କ ପାଖରେ ଗୋଟିଏ ବ୍ରାଣ୍ଡ ୟୁରୋଗ୍ରିପ ଟାୟାର ସହ ଚୁକ୍ତି କରିଛନ୍ତି । ଖାଲି ବ୍ରାଣ୍ଡ ପ୍ରାଚର ପ୍ରସାର ନୁହେଁ ଧୋନୀ ନାଗରିକ ସଚେତନତା ସହ ମଧ୍ୟ ଯୋଡି ହୋଇଛନ୍ତି । ନିକଟରେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଧୋନୀ ଲୋକଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିଥିଲେ ।