ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ମୁଫାସା: ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଟ୍ରେଲର, ଡିସେମ୍ବର ୨୦ରେ କରିବ ମୁକ୍ତିଲାଭ

Published By : Prameya | November 21, 2024 8:54 AM

ମୁମ୍ବାଇ ୨୧/୧୧: ହଲିଉଡ୍‌ର ଲୋକପ୍ରିୟ ଆନିମେଟେଡ୍‌ ଫିଲ୍ମ  ‘ମୁଫାସା: ଦ ଲାୟନ କିଙ୍ଗ୍‌’ର ଟ୍ରେଲର  ରିଲିଜ୍‌ ହୋଇଛି । ଫିଲ୍ମର ହିନ୍ଦୀ ସଂସ୍କରଣରେ ଶାହରୁଖ ଖାନ୍‌ ଏବଂ ତାଙ୍କ ଦୁଇ ପୁଅ ଆର୍ୟନ ଓ ଅବରାମ ସ୍ୱର ଦେଇଛନ୍ତି । ସିମ୍ବାର ସ୍ୱର ଦେଇଛନ୍ତି ଆର୍ୟନ । ଶାବକ ମୁଫାସାର ସ୍ୱର  ଦେଇଛନ୍ତି ଅବରାମ । ଆସନ୍ତା ଡିସେମ୍ବର  ୨୦ ତାରିଖରେ ଇଂରାଜୀ, ହିନ୍ଦୀ, ତାମିଲ ଓ  ତେଲୁଗୁ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ତେଲୁଗୁରେ ମହେଶ ବାବୁ ମୁଫାସାର ସ୍ୱର ହେବେ । 

ନିକଟରେ ଘୋଷଣା ହୋଇଛି, ତାମିଲ  ଅଭିନେତା ଅର୍ଜୁନ ଦାସ ତାମିଲରେ ମୁଫାସାର  ସ୍ୱର ହେବେ । ଅନ୍ୟ ଷ୍ଟାର୍‌ମାନେ ମଧ୍ୟ ଫିଲ୍ମରେ ଡବିଂ  କରିଛନ୍ତି । ଫିଲ୍ମରେ ରଫିକୀକୁ ପ୍ରାଇଡ୍‌ ଲ୍ୟାଣ୍ଡ୍‌ସର  ରାଜାଙ୍କ କାହାଣୀ ବର୍ଣ୍ଣନା ପାଇଁ ଯୋଡ଼ାଯାଇଛି । ଏଥିରେ  ଏକ ଅନାଥ ଶାବକ ମୁଫାସା ଓ ଏକ ଦୟାଳୁ ସିଂହ ଟାକାର  କାହାଣୀ ରହିଛି । କିଛି ଖାସ୍‌ ସାଙ୍ଗଙ୍କ ସହ ଯାତ୍ରାରେ ଉଭୟ ନୂଆ  ନୂଆ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.