ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

୨୦୦-୩୦୦କୋଟି ଟଙ୍କାରେ ତିଆରି ହେବ ‘ଶକ୍ତିମାନ’, ଅନ୍ତର୍ଜାତୀୟ ସ୍ତରୀୟ ହେବ ଫିଲ୍ମ : ମୁକେଶ ଖାନ୍ନାଙ୍କ ଖୁଲାସା

ନୂଆଦିଲ୍ଲୀ : ନବେ ଦଶକର ଆମ ସମସ୍ତଙ୍କର ଲୋକପ୍ରିୟ ସୁପରହିରୋ ‘ଶକ୍ତିମାନ’ ଉପରେ ଫିଲ୍ମ ତିଆରି ହେବାକୁ ଯେବେ ଠାରୁ ଘୋଷଣା ହୋଇଛି , ସେବେଠାରୁ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ହୋଇ ଉଠିଛନ୍ତି। ଅଭିନେତା ମୁକେଶ ଖାନ୍ନା ଶକ୍ତିମାନ ହୋଇ ଘରେ ଘରେ ପରିଚିତ ପାଲଟି ଯାଇଥିଲେ । ଏବେ ସେ ନିଜର ପ୍ରସିଦ୍ଧ ଚରିତ୍ର ଶକ୍ତିମାନ ଉପରେ ତିଆରି ହେବାକୁ ଥିବା ଫିଲ୍ମକୁ ନେଇ ବଡ଼ ଅପଡେଟ୍‌ ଦେଇଛନ୍ତି। ଟିଭିରେ ମୁକେଶ ଖାନ୍ନା ଅନେକ ବର୍ଷ ଧରି ଶକ୍ତିମାନର ଭୂମିକାରେ ନଜର ଆସିଥିଲେ। ବହୁ ଦିନରୁ ଶକ୍ତିମାନ ଉପରେ ଫିଲ୍ମ ହେବାକୁ ଘୋଷଣା କରାଯାଇ ଥିଲା। ଏବେ ଅଭିନେତା କହିଛନ୍ତି ଫିଲ୍ମ ତିଆରିକୁ ନେଇ କାହିଁକି ଏତେ ସମୟ ଲାଗୁଛି।

ମୁକେଶ ଖାନ୍ନା ଗତ ବର୍ଷ ସୋନୀ ପିକ୍ଚର୍ସ ଇଣ୍ଡିଆ ସହ ବଡ଼ ପରଦାରେ ଶକ୍ତିମାନକୁ ଆଣିବା ପାଇଁ ହାତ ମିଳାଇ ଥିଲେ। ଏହାର ଘୋଷଣା ସୋନୀ ପିକ୍ଚର୍ସ ଏକ ଟିଜର ଭିଡ଼ିଓ ସେୟାର କରି କରି ଥିଲେ। ସେବେ ଠାରୁ ପ୍ରଶଂସକଙ୍କର ଏକ୍ସାଇଟମେଣ୍ଟ ଖୁବ୍‌ ବଢ଼ି ଯାଇଛି। ଏବେ ଏହି ଫିଲ୍ମ ପ୍ରୋଜେକ୍ଟକୁ ନେଇ ମୁକେଶ ଖାନ୍ନା ଏକ ବଡ଼ ଅପଡେଟ୍‌ ଦେଇଛନ୍ତି।

ଏହାସହ ମଧ୍ୟ ପଢନ୍ତୁ -ଅମିତାଭ ବଚ୍ଚନଙ୍କ ୩ଟି ଶବ୍ଦରେ ବଦଳି ଗଲା ‘ଶକ୍ତିମାନ’ଙ୍କ କ୍ୟାରିୟର…

{"width":749,"height":425}
ரூ.300 கோடி வரையிலான பட்ஜெட்டில் 'சக்திமான்' திரைப்படம்: நடிகர் முகேஷ்  கண்ணா தகவல் | Mukesh Khanna says Shaktimaan film will be made on big budget  of 300 crore - hindutamil.in

ମୁକେଶ ଖାନ୍ନା ନିଜର ଅଫିସିଆଲି ୟୁଟ୍ୟୁବ ଚ୍ୟାନେଲ ଭୀଷ୍ମ ଇଣ୍ଟରନ୍ୟାସନାଲରେ ନିଜର ପେଣ୍ଡିଂ ପ୍ରୋଜେକ୍ଟ ଶକ୍ତିମାନକୁ ନେଇ ବହୁତ କିଛି କହିଛନ୍ତି । ସେ ପ୍ରଶଂସକଙ୍କୁ କହିଛନ୍ତି କି ଏହି ଫିଲ୍ମ ନିଶ୍ଚୟ ତିଆରି ହେଉଛି। ଏହାକୁ ଅନ୍ତର୍ଜାତୀୟ ସ୍ତରକୁ ନେବାକୁ ବଡ଼ ଯୋଜନା ହୋଇଛି। ମୁକେଶ ଖାନ୍ନାଙ୍କର କହିବା ହେଲା କି ଫିଲ୍ମକୁ ନେଇ କଣ୍ଟ୍ରାକ୍ଟ ମଧ୍ୟ ହୋଇ ସାରିଛି। ଏହା ଏକ ବଡ଼ ସ୍ତରର ଫିଲ୍ମ । ଫିଲ୍ମରେ ୨୦୦-୩୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି ।

ଏହାସହ ମଧ୍ୟ ପଢନ୍ତୁ - ‘ଶକ୍ତିମାନ’ର ଗୀତା ବିଶ୍ୱାସଙ୍କ ୧୮ ବର୍ଷ ପରେ ବଦଳି ଯାଇଛି ଲୁକ୍‌, ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ

ମୁକେଶ ଖାନ୍ନା କହିଛନ୍ତି ,ଏହାକୁ ସ୍ପାଇଡର ମ୍ୟାନ ତିଆରି କରିଥିବା କମ୍ପାନୀ ସୋନୀ ପିକ୍ଚର୍ସ ନିର୍ମାଣ କରିବ। କିନ୍ତୁ ଏଥିରେ ବିଳମ୍ୱ ହେଉଛି । ମୁଁ ପୂର୍ବରୁ ବି ଘୋଷଣା କରିଥିଲି ଫିଲ୍ମ ତିଆରି ହେଉଛି। କରୋନା ମହାମାରୀ କାରଣରୁ ଏହାର କାମ ବନ୍ଦ ହୋଇଯାଇ ଥିଲା । କିନ୍ତୁ ଏହି ଫିଲ୍ମ ନିଶ୍ଚୟ ତିଆରି ହେବ ଏବଂ ସେ କୌଣସି ନା କୌଣସି ମାଧ୍ୟମରେ ସେ ଫିଲ୍ମର ସଦସ୍ୟ ନିଶ୍ଚୟ ହେବେ। ହେଲେ ବର୍ତ୍ତମାନ ଫିଲ୍ମର ଷ୍ଟାରକାଷ୍ଟ ବିଷୟରେ କିଛି ସୂଚନା ଦେବାକୁ ମୁକେଶ ଖାନ୍ନା ମନା କରି ଦେଇଛନ୍ତି । ସେ ଏତିକି କହିଥିଲେ କି ଏହା ନିଶ୍ଚୟ ଏକ ବହୁତ ବଡ଼ ଫିଲ୍ମ ହେବାକୁ ଯାଉଛି।  

Copyright © 2022 - Summa Real Media Private Limited. All Rights Reserved.