ନବରଙ୍ଗପୁର,୦୮/୭ : ନଵରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଶିବିରରେ ଦ୍ଵିତୀୟ ଦିନରେ ୪୧୪ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ତେବେ ପ୍ରଥମ ଦିନରେ ୨୯୦ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା । ଦୁଇ ଦିନ ମଧ୍ୟରେ ୭୦୪ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ଦ୍ଵିତୀୟ ଦିନରେ ଏସସିବି କଟକର ୬ ଜଣିଆ ସୁପର ସ୍ଫେସିଆଲିଷ୍ଟ ଡାକ୍ତର ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିଥିଲେ। ଏହି ଡାକ୍ତରୀ ଟିମରେ ୟୁରୋଲୋଜୀ ବିଶେଷଜ୍ଞ ଡ଼.ଶଵ୍ୟସାଚ୍ଚି ପଣ୍ଡା, କାର୍ଡିଓଲୋଜୀ ବିଶେଷଜ୍ଞ ଡା.ଯଶଵନ୍ତ ବେହେରା, ନେଫ୍ରୋଲୋଜୀ ବିଶେଷଜ୍ଞ ଡା.ଅରୁଣ ଆଚାର୍ଯ୍ୟ, ଗ୍ୟାଷ୍ଟ୍ରଏଣ୍ଡୋ୍ରଲୋଜୀ ଡା. ସମୀର କୁମାର ହୋତା, ନିୟୁରୋଲୋଜୀ ଡା.ନିହାର ରଞ୍ଜନ ବିଶ୍ବାଳ,ଏଣ୍ଡୋକ୍ରୀୟୋଲୋଜୀ ଡା. ଦେବାର୍ଚନ ଜେନା ପ୍ରମୁଖ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ଓ ଔଷଧର ପରାମର୍ଶ ଦେଇଛନ୍ତି। ଏହି ଶିବିର ଜାରୀ ରହିବ ବୋଲି ସିଡିଏମଓ ଡା. ସନ୍ତୋଷ ପଣ୍ଡା କହିଛନ୍ତି।