PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କରୋନାକୁ ହରାଇଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିବା ଏହି ବ୍ୟକ୍ତି–ଡାକ୍ତର କହିଲେ ଚମତ୍କାର

ମୁମ୍ୱାଇ – ମୁମ୍ୱାଇରେ କରୋନା ଭାଇରସରେ ହୋଇଥିବା ମୋଟ ମୃତ୍ୟୁରେ ୮୫ % ମୃତ୍ୟୁ ୫୦ରୁ ଉର୍ଦ୍ଧ୍ୱ ବୟସର ଲୋକ ଓ ବୟସ୍କଙ୍କର ହୋଇଛି । ଏହି କଠିନ୍‌ ସମୟରେ ଏକ ଭଲ ଖବର ଗ୍ଲୋବାଲ ହସ୍ପିଟାଲରୁ ଆସିଛି । ଯେଉଁଠି ହାର୍ଟ ଟା୍ରନ୍ସପ୍ଲାଣ୍ଟ କରିସାରିଥିବା ୫୬ବର୍ଷର ଜଣେ କୋଭିଡ୍‌  ପଜିଟିଭ୍‌ ରୋଗୀ, ଯିଏ ମଲଟି ଆର୍ଗାନ୍‌  ଫେଲ୍ୟୁର, ନିମୋନିଆ, ହାର୍ଟଷ୍ଟ୍ରୋକ୍‌ ଭଳି ଅନେକ ଗୁରୁତର ସମସ୍ୟାରେ ପୀଡ଼ିତ ଥିଲେ । ଏହା ସବୁ ସମସ୍ୟା ସତ୍ତ୍ୱେ ସେ ଗୋଟିଏ ସପ୍ତାହରେ କରୋନାକୁ ମାତ୍‌ ଦେଇଛନ୍ତି । ଡାକ୍ତରମାନେ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି ।

ସୂଚନା ଯେ, ମୁମ୍ୱାଇର ଗ୍ଲୋବାଲ  ହସ୍ପିଟାଲରେ ୫୬ ବର୍ଷର ମହାଦେବ ହରି ପଟେଲ ଭର୍ତ୍ତି ହୋଇଛନ୍ତି । ଯାହାଙ୍କର କୋଭିଡ୍‌ ଯୋଗୁଁ ମଲଟି ଅର୍ଗାନ୍‌ ଫେଲ୍ୟୁର, ନିମୋନିଆରି ସାମନାକୁ ଆସିଛି । ୨ବର୍ଷ ପୂର୍ବରୁ ସେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିସାରିଛନ୍ତି । ଅବସ୍ଥା ବହୁତ ସାଙ୍ଘାତିକ ଥିଲା , କିନ୍ତୁ ଗୋଟିଏ ସପ୍ତାହରେ ସେ କରୋନା ମୁକ୍ତ ହୋଇଛନ୍ତି । କୋଭିଡ ନେଗେଟିବ୍‌ ହେବା ସହ ତାଙ୍କର ସୁସ୍ଥ ହେବାକୁ ଡାକ୍ତର ଚମତ୍କାର  ବୋଲି ମାନିଛନ୍ତି ଏବଂ ନିଜେ ମହାଦେବ କହିଛନ୍ତି କି ତାଙ୍କୁ ନୂଆ ଜୀବନ ମିଳିଛି ।

ଦିଲ୍ଲୀରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହୁଥିବା ରୋଗୀଙ୍କ ଘରେ ଲାଗିବନି ପୋଷ୍ଟର !

ଉଲ୍ଲେଖନୀୟ ଯେ, ମୁମ୍ୱାଇରେ ଏବେସୁଦ୍ଧା କୋଭିଡ୍‌ରେ ୯,୧୯୯ଜଣଙ୍କ ମୃତ୍ୟୁ ହୋଇଛି , ଯେଉଁଥିରେ ୭,୭୯୩ଜଣଙ୍କ ମୃତ୍ୟୁ ୫୦ବର୍ଷ ବୟସରୁ ଉପରେ ଥିବା ରୋଗୀଙ୍କର ହୋଇଛି । ଅର୍ଥାତ୍‌ ପାଖାପାଖି ୮୫ ପ୍ରତିଶତ । କୋଭିଡର ମୋଟ ମାମଲାରେ ୫୦ରୁ ଉପରେ ଥିବା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପାଖାପାଖି ୪୨ ପ୍ରତିଶତ । ବିଏମସି , ୫୦ ରୁ ଉପରେ ପ୍ରତି କୋଭିଡ୍‌ ରୋଗୀଙ୍କୁ ହସ୍ପିଟାଲ ପଠାଇବାକୁ ଚେଷ୍ଟା କରୁଛି ।