PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରିଲିଜ ହେଲା ସଞ୍ଜୟ ଦତ୍ତଙ୍କ ‘ପ୍ରସ୍ଥାପନ’ର ଟିଜର, ଦମଦାର ଲୁକରେ ନଜର ଆସିଲେ ସଞ୍ଜୁ ବାବା

ମୁମ୍ବାଇ ୨୯/୭: ବଲିଉଡର ବ୍ୟାଡ୍ ବୟ ସଞ୍ଜୟ ଦତ୍ତ ଆଜି ନିଜ ୬୦ ତମ ବର୍ଥ ଡେ ସେଲିବ୍ରେଟ୍ କରୁଛନ୍ତି । ନିଜ ଜନ୍ମଦିନକୁ ଖାସ୍ ବନାଇବା ପାଇଁ ସଞ୍ଜୟ ଦତ୍ତ ନିଜ ହୋମ୍ ପ୍ରଡକ୍ସନର ଫିଲ୍ମ ‘ପ୍ରସ୍ଥାପନ’ ଟିଜର ଆଉଟ୍ କରିଛନ୍ତି । ଫିଲ୍ମରେ ମଲ୍ଟିଷ୍ଟାର୍ କାଷ୍ଟ ନଜର ଆସୁଛି । ପ୍ରଥମ ଡାଇଲଗରୁ ହିଁ ଫ୍ଯାନ୍ସ ଫିଲ୍ମକୁ ଦେଖିବା ପାଇଁ କ୍ରେଜି ହୋଇଯିବେ । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଜ୍ୟାକି ସ୍ରଫ, ମନୀଷା କୋଇରାଲା,ଚଙ୍କି ପାଣ୍ଡେ, ଅଲ୍ଲୀ ଫଜଲ ଭଳି କଳାକାର ନଜର ଆସିବେ ।

ଫିଲ୍ମର ଟିଜର ସୋସିଆଲ ମିଡିଆରେ ରିଲିଜ କରିଦିଆଯାଇଛି । ଟିଜର ଆରମ୍ଭ ସଞ୍ଜୟ ଦତ୍ତଙ୍କ ଡାଇଲଗରୁ ହେଉଛି ଯେଉଁଥିରେ ସେ କହୁଛନ୍ତି ଯେ ‘ହକ୍ ଦୋଗେ କୋ ରାମାୟଣ ଶୁରୁ ହୋଗୀ ଓର୍ ଛିନୋଗେ ତ ମହାଭାରତ’ ।

ଟିଜର ଦେଖି ଜଣାପଡୁଛି ଯେ ଏହା ଏକ ପାୱରଫୁଲ ପରିବାର ଓ ତା ଭିତରେ ଚାଲୁଥିବା ପଲିଟିକ୍ସର କାହାଣୀ ଯେଉଁଥିରେ ନିଜର ଅଧିକାର ମାଗିବାରୁ ଲଢେଇ ଆରମ୍ଭ ହୋଇଯାଉଛି । ଫିଲ୍ମର ଟ୍ରେଲର ଆସିଲା ପରେ ଏହା କ୍ଲିୟର ଜଣାପଡିବ । ଫିଲ୍ମଟି ୨୯ ସ୍ପେଟେମ୍ବରକୁ ରିଲିଜ କରାଯିବ । ତେବେ ଏହି ଟିଜର ବ୍ୟତୀତ ସଞ୍ଜୟ ଦତ୍ତଙ୍କ ଆଉ ଏକ ମୁଭିର ପୋଷ୍ଟର ମଧ୍ଯ ରିଲିଜ ହୋଇଛି । ‘କେଜିଏଫ୍ ଚାପ୍ଟର ୨’ ର ପୋଷ୍ଟର ଆଜି ରିଲିଜ ହୋଇଛି ଯେଉଁଥିରେ ସଞ୍ଜୟ ଦତ୍ତ ଅଧିରା ଭୂମିକାରେ ନଜର ଆସୁଛନ୍ତି । କହିରଖୁଛୁ ଏହାର ପ୍ରଥମ ପାର୍ଟ ବକ୍ସ ଅଫିସରେ ଭଲ ଆୟ କରିଥିଲା ଏବଂ ସମସ୍ତଙ୍କୁ ପସନ୍ଦ ଆସିଥିଲା ।