ନୂଆଦିଲ୍ଲୀ, ୧୯। ୧୦: ଭାରତରେ ଏକାଧିକ ସିମ କାର୍ଡ ରଖିବାକୁ ଅନୁମତି ଅଛି କି ନାହିଁ ସେ ବିଷୟରେ କେଉଁ କେଉଁ ନିୟମ ରହିଛି ଜାଣିଛନ୍ତି କି ? ଯଦି ଏ ନିୟମ ବିଷୟରେ ଜାଣିନାହାନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିପାରେ ସେ ପୁଣି ୫-୧୦ ହଜାର ନୁହଁ ପୁରା ୨ ଲକ୍ଷ ଟଙ୍କାର ଜରିମାନା ଅନେକ ଏଭଳି ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଏକାଧିକ ସିମ ରହିଛି ଏପରିକି ଏକାଧିକ ଫୋନ ବି ରଖିଛନ୍ତି ଯେଉଁଥିରେ ଏକାଧିକ ସିମ ବ୍ୟବହାର କରୁଛନ୍ତି କିନ୍ତୁ, ଭାରତରେ ଏନେଇ କ’ଣ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା ଯଦି ନିୟମ ଜାଣିନଥିବେ ତେବେ ଆଗକୁ ବୋଧହୁଏ ଏଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିପାରେ ଯଦି ଏଥିରୁ ବର୍ତ୍ତିବାକୁ ଚାହାନ୍ତି ତେବେ ସିମ କାର୍ଡ ସୀମା କେତେ ଜାଣିନିଅନ୍ତୁ ଟେଲିକମ ଆଇନ ଅନୁଯାୟୀ, ଜଣେ ନିଜ ପାଖରେ କେବଳ ୯ଟି ସିମ କାର୍ଡ ରଖିପାରିବେ ଆପଣଙ୍କ ନାଁରେ ୯ଟିରୁ ଅଧିକ ସଂଖ୍ୟାର ସିମ କାର୍ଡ ଥିଲେ ଆପଣ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି

ତେବେ କହିରଖୁଛୁ ଯେ, ୯ଟି ସିମ କାର୍ଡ ନିୟମ ଭାରତର ସବୁଠାରେ ପ୍ରଯୁଜ୍ୟ ନୁହେଁ ଭାରତର କିଛି ସ୍ଥାନରେ ଏହି ସଂଖ୍ୟା କମ ଜମ୍ମୁ ଏବଂ କାଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବରେ ଏହି ସୀମା କେବଳ ଛଅଟି ଅର୍ଥାତ୍ ଏହିସବୁ ସ୍ଥାନରେ ରହୁଥିଲେ ଆପଣ କେବଳ ୬ଟି ସିମ କାର୍ଡ ରଖିପାରିବେ ଯଦି ଆପଣଙ୍କ ପାଖରେ ଏହିସବୁ ସଂଖ୍ୟାରୁ ଅଧିକ ସିମ କାର୍ଡ ଥାଏ, ତେବେ ଏଥିପାଇଁ କ’ଣ ଦଣ୍ଡ ରହିଛି ଜାଣିନିଅନ୍ତୁ ସିମ କାର୍ଡ ସୀମା ଅତିକ୍ରମ କଲେ ପ୍ରଥମ ଅପରାଧ ପାଇଁ ୫୦ ହଜାର ଟଙ୍କା ଜରିମାନା ଏବଂ ପରବର୍ତ୍ତୀ ଅପରାଧ ପାଇଁ ୨ ଲକ୍ଷ ଟଙ୍କା ଜରିମାନା ହୋଇପାରେ ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ, ଆପଣଙ୍କ ନାଁରେ କେତୋଟି ସିମ କାର୍ଡ ଅଛି, ତେବେ ସଞ୍ଚାର ସାଥୀ ପୋର୍ଟାଲ ଭିଜିଟ କରନ୍ତୁ ଏହି ପୋର୍ଟାଲ ମାଧ୍ୟମରେ ଆପଣ ସିମ କାର୍ଡ ସୀମା, ନିଜ ନାଁରେ କେତୋଟି ସିମ କାର୍ଡ ରହିଛି ଏ ବାବଦରେ ସମସ୍ତ ସୂଚନା ସହଜରେ ଜାଣିପାରିବେ