ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ବ୍ୟାଙ୍କ ଠକେଇ ମାମଲା ; ମେହୁଲ ଚୋକସିଙ୍କ ବିରୋଧରେ ଜାମିନ ବିହୀନ ଓ୍ବିରେଣ୍ଟ ଜାରି କଲେ ମୁମ୍ବାଇ କୋର୍ଟ

Published By : Prameya | May 1, 2025 6:17 PM

ମୁମ୍ବାଇ,୧/୫ :   ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ବିରୋଧରେ ଜାମିନ ବିହୀନ ଓ୍ବିରେଣ୍ଟ ଜାରି । କାନାରା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏକ ସଂଘ ସହ ଜଡ଼ିତ ୫୫.୨୬କୋଟି($୬.୫ ମିଲିୟନ)ବ୍ୟାଙ୍କ ଠକେଇ ମାମଲାରେ ଏସପ୍ଲାନେଡର ଏକ ମେଟ୍ରୋପଲିଟାନ୍ ମାଜିଷ୍ଟେ୍ରଟ୍ କୋର୍ଟ ଚୋକସିଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରିଛନ୍ତି । 

ଚୋକସିଙ୍କ ସହ ଜଡ଼ିତ ଥିବା ସଂସ୍ଥା ବେଜେଲ ଜୁଏଲାରୀ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ବ୍ୟାଙ୍କ ପାଣ୍ଠିର ଅପବ୍ୟବହାର ଏବଂ ଆତ୍ମସାତ ଘଟଣାର ତଦନ୍ତ କରୁଥିବା ସିବିଆଇର ଅନୁରୋଧ ପରେ ଏପ୍ରିଲ ୧୯ତାରିଖରେ ଏହି ଓ୍ବାରେଣ୍ଟ ଜାରି କରାଯାଇଛି । 

କାନାରା ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକଙ୍କ ଅଭିଯୋଗ ଆଧାରରେ ସିବିଆଇ ଜୁଲାଇ ୨୦୨୨ରେ ଏତଲା ଦେଇଥିଲା । ଏହି ଅଭିଯୋଗରେ ବେଜେଲ ଜୁଏଲାରୀର ନିର୍ଦ୍ଦେଶକ ମେହୁଲ ଚୋକସୀ, ଚେତନା ଜୟନ୍ତୀଲାଲ ଝାଭେରୀ, ଦିନେଶ ଗୋପାଳଦାସ ଭାଟିଆ ଏବଂ ମିଲିନ୍ଦ ଅନନ୍ତ ଲିମାୟେ ଏବଂ ଅନ୍ର ସରକାରୀ ଅଫିସରଙ୍କ ନାଁ ଉଲ୍ଲେଖ କରାଯାଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.