ନୂଆଦିଲ୍ଲୀ ୦୮/୧୧: ଗୋଟିଏ ସେଓର ମୂଲ୍ୟ ୧୦ କୋଟି! ମୁମ୍ବାଇରେ ଏଭଳି  ଏକ ସେଓ ପ୍ରସ୍ତୁତ ହୋଇଛି, ଯାହା ଖାଇବା ପାଇଁ ନୁହେଁ³  କେବଳ ଦେଖିବା ପାଇଁ । ହୀରା ଓ ସୁନାରେ ସେଓକୁ  ପ୍ରସ୍ତୁତ କରାଯାଇଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର  ଧରିଛି । ଗୋଲ୍ଡ ମ୍ୟାନ୍‌ ନାମରେ ଲୋକପ୍ରିୟ ରୋହିତ ପିସାଲ ଏହି ନିଆରା ସେଓକୁ ପ୍ରସ୍ତୁତ କରିଛନ୍ତି ।

ଅତି  ସୁନ୍ଦର ଓ ନିଖୁଣ ଡିଜାଇନ୍‌ ମାଧ୍ୟମରେ ୧୮ କ୍ୟାରେଟ୍‌  ସୁନା ଓ ହୀରାରେ ସେ ଏହି ସେଓ ପ୍ରସ୍ତୁତ କରିଛନ୍ତି ।  ଏଥିରେ ୯ କ୍ୟାରେଟ୍‌ ୩୬ ସେଣ୍ଟ୍‌ର ମୋଟ୍‌ ୧୩୯୬ ଖଣ୍ଡ  ହୀରା ଖଞ୍ଜାଯାଇଛି । ସୁନ୍ଦର କାରିଗରୀ ପାଇଁ ଏହା  ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି ।  ବିଶ୍ୱପ୍ରସିଦ୍ଧ ୱର୍ଲଡ୍‌ ଇଣ୍ଟରନ୍ୟାସ୍‌ନାଲ  ଜେମୋଲଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ଏହାକୁ ମାନ୍ୟତା  ମଧ୍ୟ ଦେଇଛି । ଥାଇଲାଣ୍ଡ୍‌ର ରୟାଲ ପ୍ୟାଲେସ୍‌ରେ  ସେଓଟି ପ୍ରଦର୍ଶିତ ହୋଇଛି, ଯେଉଁଠି ତା’ର ଚାହିଦା  ଓ ଆକର୍ଷଣ ଆହୁରି ବଢ଼ିଯାଇଛି । ରୋହିତ ପିସାଲ  କହିଛନ୍ତି, ଏହା କେବଳ ଏକ ଡିଜାଇନ୍‌ ନୁହେଁ,  ବରଂ ଭାରତୀୟ ଗହଣା କଳାର ପ୍ରତୀକ ।