PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତୀୟ ନୌସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର ହେଲେ ଚାଳକ ଦଳ

ମୁମ୍ବାଇ,୮।୩: ଭାରତୀୟ ନୌସେନାର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ବୁଧବାର ସକାଳେ ନିୟମିତ ଉଡାଣ ବେଳେ ମୁମ୍ବାଇ ଉପକୂଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ନୌସେନାର ପାଟ୍ରୋଲିଂ ଜାହାଜ ତୁରନ୍ତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ୩ ଜଣ କ୍ରୁ ସଦସ୍ୟଙ୍କୁ ନିରାପଦ ଉଦ୍ଧାର କରିଛି। ଏହି ଘଟଣାର ତଦନ୍ତ ପାଇଁ ଭାରତୀୟ ନୌସେନା ନିର୍ଦ୍ଦେଶ ଦେଇଛି।

ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ସେନାର ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ ଥିବା ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା। ଘାତକ ଦୁର୍ଘଟଣା ପରେ, ଉଦ୍ଧାର କାର୍ଯ୍ୟରେ ତିନି ସେନାରେ ସେବା ଦେଉଥିବା ସବୁ ଏଏଲଏଚ ସୁରକ୍ଷା ଯାଞ୍ଚ ପାଇଁ ଗ୍ରାଉଣ୍ଡ କରାଯାଇଥିଲା, ଯାହାଙ୍କ ସଂଖ୍ୟା ପ୍ରାୟ ୩୦୦ ରୁ ଅଧିକ। ସେନାର ଜଣେ ଅଫିସିଆଲ ସୁତ୍ର ଗତ ବର୍ଷ କହିଥିଲେ, ଆମେ ସବୁ ଆଡଭାନ୍ସ ଲାଇଟ ହେଲିକପ୍ଟରକୁ ପୁଣିଥରେ ତଦନ୍ତ ପରିସରରେ ରଖିଛୁ। ସୁରକ୍ଷା ଯାଞ୍ଚ ପୁରା ହେବାପରେ ଉଡାଣ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର