ନୂଆଦିଲ୍ଲୀ : ଆଇପିଏଲର ୨୦ତମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରିବ ବେଙ୍ଗାଲୁରୁ । ବେଙ୍ଗାଲୁରୁ ୩ ମ୍ୟାଚରୁ ୨ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ୩ ମ୍ୟାଚରୁ ଗୋଟିଏ ବିଜୟ ସହ ଅଷ୍ଟମ ସ୍ଥାନରେ ରହିଛି । ଆଜିର ମ୍ୟାଚର ମୁଖ୍ୟ ଆକର୍ଷଣ ରହିବେ କିଙ୍ଗ୍ କୋହଲି ଏବଂ ହିଟମ୍ୟାନ୍ ରୋହିତ ଶର୍ମା । ଦୁଇ ଅଭିଜ୍ଞ ଖେଳାଳି ବିପରୀତ ଦଳରୁ ଖେଳୁଥିବାବେଳେ ସେମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । କୋହଲି ଏବେ ଦମଦାର ଫର୍ମରେ ଥିବାବେଳେ ମୁମ୍ବାଇର ପ୍ରଥମ ମ୍ୟାଚରୁ ରୋହିତ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଏଣୁ ଆଜିର ମ୍ୟାଚରେ ଉଭୟଙ୍କ ଉପରେ ଅଧିକ ଫୋକସ ରହିବ ।
ବିରାଟ ବନାମ ରୋହିତ
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହୋଇଥିବା ଲଢ଼େଇରେ ବର୍ତ୍ତମାନ ବିରାଟ କୋହଲି ସବୁଠାରୁ ଆଗରେ ଅଛନ୍ତି। ସେ ମୁମ୍ବାଇ ବିପକ୍ଷରେ ୩୩ଟି ଇନିଂସ ଖେଳି ୩୧.୮ ହାରରେ ୯୨୨ ରନ୍ ସଂଗ୍ରହ କରିଛନ୍ତି ଏବଂ ୧୦୦୦ ରନ୍ ପୂରଣ କରିବା ପାଇଁ ସେ ମାତ୍ର ୭୮ ରନ୍ ଦୂରରେ ଅଛନ୍ତି। ଅନ୍ୟପଟେ, ରୋହିତ ଶର୍ମା ମଧ୍ୟ ଆରସିବି ବିପକ୍ଷରେ ୩୩ଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ କୋହଲିଙ୍କଠାରୁ କମ୍ ଅର୍ଥାତ ୮୪୮ ରନ୍ କରିଛନ୍ତି। ରୋହିତଙ୍କ ଏହି ସମୟରେ ବ୍ୟାଟିଂ ହାର (Average) ମଧ୍ୟ ୨୭.୩୫ ରହିଛି। ଯାହା ବିରାଟଙ୍କ ତୁଳନାରେ କମ୍।
ରୋହିତ ନା କୋହଲି, କିଏ ସର୍ବାଧିକ ଚୌକା ଏବଂ ଛକା ମାରିଛନ୍ତି ?
ବିରାଟ କୋହଲି ଏବଂ ରୋହିତ ଶର୍ମା ଚୌକାରେ ବରାବର ସ୍ଥିତିରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚରେ ରୋହିତ ଏବଂ କୋହଲି ପ୍ରତ୍ୟେକ ୭୮ ଚୌକା ମାରିଛନ୍ତି। ରୋହିତ ଛକାରେ ଆଗରେ ଅଛନ୍ତି, କିନ୍ତୁ କୋହଲି ମଧ୍ୟ ସେତେ ପଛରେ ନାହାନ୍ତି। ରୋହିତ RCB ବିପକ୍ଷରେ ୩୮ଛକା ମାରିଛନ୍ତି। ଅନ୍ୟପଟେ ବିରାଟ MI ବିପକ୍ଷରେ ୩୪ ଛକା ମାରିଛନ୍ତି।
ହେଡ୍-ଟୁ-ହେଡ୍ ରେକର୍ଡ:
ଏପର୍ଯ୍ୟନ୍ତ ମୁମ୍ବାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ମୋଟ ୩୪ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ପାଞ୍ଚଥରର ଚାମ୍ପିଅନ୍ ମୁମ୍ବାଇ ୧୯ଟି ମ୍ୟାଚ୍ ଜିତିଛି। ଅନ୍ୟପଟେ ବେଙ୍ଗାଲୁରୁ ୧୫ଟି ମ୍ୟାଚରେ ବିଜୟ ହାସଲ କରିବାର ସଫଳ ହେଇଛି।
ଏହାସହ ପଢ଼ନ୍ତୁ : ଭାଉଜଙ୍କୁ ବାହାହେବାକୁ ପଡ଼ୁଥିଲା ଚାପ, ଦିଅର ନେଲେ ଚରମ ନଷ୍ପତ୍ତି