PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଆର୍‌ବିଆଇର ସର୍ବେକ୍ଷଣ: ଘର କିଣିବା ପାଇଁ ସବୁଠୁ ସୁଲଭ ସହର ହେଉଛି ଭୁବନେଶ୍ୱର, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୧୨।୭: ଘର କିଣିବା ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମଗ୍ର ଦେଶରେ ସୁଲଭ ସହର । ଏଠାରେ ଗୃହ ମୂଲ୍ୟ ଦେଶର ଅନ୍ୟ ସହର ତୁଳନାରେ ଯଥେଷ୍ଟ କମ୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ସର୍ବେକ୍ଷଣରୁ ଏହା ଜଣାଯାଇଛି । ମଧ୍ୟମ ଧରଣ ଘର କିଣିବା ପାଇଁ ଭୁବନେଶ୍ୱର ଦେଶର ସବୁଠାରୁ ସୁଲଭ ସହର ହୋଇଥିବାବେଳେ ମୁମ୍ବାଇ ବ୍ୟୟବହୁଳ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

ମାସିକ ଆୟ ତୁଳନାରେ ମଧ୍ୟମ ଧରଣ ଘର ମୂଲ୍ୟ ହିସାବକୁ ନେଇ ଆର୍‌ବିଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ପ୍ରତି ୩ ମାସରେ ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ ଏହି ସର୍ଭେ କରାଯାଇଥାଏ । ତେବେ ମୁମ୍ବାଇରେ ଘର କିଣିବା ଅତ୍ୟନ୍ତ କଷ୍ଟକର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଦେଶର ବାଣିଜ୍ୟିକ ପେଣ୍ଠସ୍ଥଳ ମୁମ୍ବାଇରେ ମଧ୍ୟମ ଧରଣର ଘର ଦାମ୍‌ ସର୍ବାଧିକ ଥିବା ଆର୍‌ବିଆଇ ପ୍ରକାଶ କରିଛି । ଘର କିଣିବା ପାଇଁ ଲୋକଙ୍କ ସାମର୍ଥ୍ୟ ଗତ ୪ ବର୍ଷରେ ଢ଼େର କମିଛି । ୨୦୧୫ ମାର୍ଚ୍ଚରେ ଆୟ ଅନୁସାରେ ଘର ମୂଲ୍ୟ ଅନୁପାତ ୫୬.୧ ଥିବାବେଳେ ୨୦୧୯ ମାର୍ଚ୍ଚରେ ଏହା ୬୧.୫କୁ ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

୨୦୧୦ ଜୁଲାଇରୁ ଏହି ସର୍ଭେ କରାଯାଉଛି । ନିର୍ଦ୍ଦିଷ୍ଟ ବ୍ୟାଙ୍କ ଏବଂ ଗୃହଋଣ ପ୍ରଦାନକାରୀ କମ୍ପାନିଗୁଡିକ ଦ୍ୱାରା ମଞ୍ଜୁର କରାଯାଉଥିବା ଗୃହ ଋଣକୁ ବିଶ୍ଳେଷଣ କରାଯାଇ ଏହି ସର୍ବେକ୍ଷଣ କରାଯାଇଥାଏ । ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ପୁଣେ, ଜୟପୁର, ଚଣ୍ଡିଗଡ଼, ଅହମ୍ମଦାବାଦ, ଲକ୍ଷେ୍ନø, ଭୋପାଳ ଏବଂ ଭୁବନେଶ୍ୱର ଆଦି ୧୩ଟି ସହରରେ ଏହି ସର୍ଭେ କରାଯାଇଥାଏ । ସହରଗୁଡିକୁ ସେମାନଙ୍କ ଆୟ ଅନୁସାରେ ଇଏମ୍‌ଆଇ ଅନୁପାତ ଭିତ୍ତିରେ ତୁଳନା କରାଯାଏ । ଲୋକମାନେ ଋଣ ନେବା ପାଇଁ କେତେଦୂର ସମର୍ଥ, ଆୟ ତୁଳନାରେ ଘର ମୂଲ୍ୟ ଅନୁପାତ, ଆୟ ତୁଳନାରେ ଋଣ ଅନୁପାତ ଏସବୁ ମାପକକୁ ଧ୍ୟାନରେ ରଖି ସହରଗୁଡିକୁ ର‌୍ୟାଙ୍କ ଦିଆଯାଇଥାଏ ।

ମାସିକ ଆୟ ତୁଳନାରେ ମଧ୍ୟମ ଧରଣ ଘର ମୂଲ୍ୟକୁ ହିସାବକୁ ନେଲେ ୨୦୧୯ ମାର୍ଚ୍ଚ ସୁଦ୍ଧା ମୁମ୍ବାଇର ସ୍କୋର ୭୪.୪ ରହିଥିବାବେଳେ ଭୁବନେଶ୍ୱରର ୫୪.୩ ରହିଛି । ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ପୁଣେ, ଜୟପୁର, ଚଣ୍ଡିଗଡ଼, ଅହମ୍ମଦାବାଦ, ଲକ୍ଷେ୍ନø ଏବଂ ଭୋପାଳର ସ୍କୋର ଯଥାକ୍ରମେ ୫୮.୬,୫୮.୫, ୫୬.୧, ୬୦.୩, ୫୬.୫, ୬୬.୬,୫୫.୯, ୬୩.୪, ୭୦.୪ , ୫୮.୬ ଏବଂ ୫୬.୨ ରହିଛି ।
ଗତ ଦୁଇ ବର୍ଷରେ ଆୟ ତୁଳନାରେ ମଧ୍ୟବର୍ତ୍ତୀ ଇଏମ୍‌ଆଇ ଅନୁପାତ ଅପେକ୍ଷାକୃତ ସ୍ଥିର ରହିଛି । ଅନ୍ୟ ସହରଗୁଡିକ ତୁଳନାରେ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦରେ ଏହା ଅଧିକ ରହିଥିବା ଜଣାଯାଇଛି ।