ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ମାଆବାପାଙ୍କ ବିରୋଧରେ ପୁଅର ମାମଲା: ମୋର ବିନା ସ୍ୱୀକୃତିରେ ମୋତେ କାହିଁକି ଜନ୍ମ ଦେଲ

ମୁମ୍ବାଇ,୫ ।୨(ଏଜେନ୍ସି): ଆଜିକାଲି ଅନେକ ଲୋକ ଅଦ୍ଭୁତ କାରଣ ପାଇଁ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି । ଏବେ ମୁମ୍ବାଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ରାଫେଲ ସାମୁଏଲ ନାମକ ଜଣେ ୨୭ ବର୍ଷୀୟ ଯୁବକ ନିଜର ମାଆବାପାଙ୍କ ବିରୋଧରେ ଅଦାଲତରେ ମାମଲା ଦାୟର କରିବେ ବୋଲି ସୂଚନା ଦେଇଛନ୍ତି । ଏକ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି କି ତାଙ୍କର ବିନା ସ୍ୱୀକୃତିରେ ତାଙ୍କୁ ଜନ୍ମ ଦେଇଥିବାରୁ ସେ ଏଥିପାଇଁ ତାଙ୍କ ମାଆବାପାଙ୍କ ବିରୋଧରେ ମାମଲା ଦାୟର କରିବେ ।
ସାମୁଏଲ କହିଛନ୍ତି କି ତାଙ୍କ ପିତାମାତାଙ୍କ ସହିତ ତାଙ୍କର ସମ୍ପର୍କ ଖୁବ୍‌ ଭଲ ଅଛି ଏବଂ ସେ ବ୍ୟକ୍ତିଗତ ଜୀବନରେ ବି ବହୁତ ଖୁସି ଅଛନ୍ତି । କିନ୍ତୁ ସେ ସାମାଜିକ ଓ ଅନ୍ୟ କାରଣରୁ ମଣିଷ ବଂଶବୃଦ୍ଧି କରିବାକୁ ବିରୋଧ କରନ୍ତି । ତାଙ୍କ ଅନୁସାରେ, ମଣିଷର ବଂଶବୃଦ୍ଧି ଯୋଗୁ ପୃଥିବୀର ପରିବେଶ ନଷ୍ଟ ହେଉଛି । ତା’ଛଡା ଅନ୍ୟ ଜଣକୁ ଜୀବନ ଦେଇ ତା’କୁ ବଞ୍ଚିବାକୁ ବାଧ୍ୟ କରିବା ପାଇଁ କୌଣସି ମଣିଷର ଅଧିକାର ନାହିଁ । ସେହିପରି ମଣିଷର ଯୌନସୁଖରୁ ସନ୍ତାନର ଜନ୍ମ ହେଉଥିବାରୁ ସେ ଏହାକୁ ବିରୋଧ କରନ୍ତି । ତେଣୁ ସେ ସମସ୍ତଙ୍କୁ ଜଣାଇବାକୁ ଚାହାନ୍ତି କି କୌଣସି ସନ୍ତାନ ନିଜ ପିତାମାତାଙ୍କ ନିକଟରେ ଋଣୀ ନୁହନ୍ତି । କାରଣ ପିତାମାତା କେବଳ ନିଜର ଆନନ୍ଦ ପାଇଁ ସନ୍ତାନମାନଙ୍କୁ ଜନ୍ମ ଦେଇଛନ୍ତି ।
ସେ ପ୍ରଶ୍ନ କରିଛନ୍ତି କି ଏକ ଦମ୍ପତି ନିଜର ଆନନ୍ଦ ପାଇଁ ଅନ୍ୟ ଜଣକୁ ପୃଥିବୀ ପୃଷ୍ଠକୁ କାହିଁକି ଆଣିବେ? ଜଣକର ଇଛା ନଜାଣି ତା’କୁ ଜନ୍ମ ଦେବା ଏବଂ ତା’କୁ ଶିକ୍ଷାଲାଭ କରିବା ଓ କ୍ୟାରିଅର ଗଢ଼ିବାକୁ ବାଧ୍ୟ କରିବା କ’ଣ ଦାସତ୍ୱ ପ୍ରଥା ସହିତ ସମାନ ନୁହେଁ କି? ସାମୁଏଲ ‘ ନିହିଲାନନ୍ଦ’ ନାମରେ ଏକ ଫେସବୁକ୍‌ ପେଜ୍‌ ତିଆରି କରି ତା’ ମାଧ୍ୟମରେ ଏ ପ୍ରକାର ବିଚାରଧାରାର ପ୍ରସାର କରାଉଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.