ମୁମ୍ବାଇ,୧୯।୮:  ପ୍ରବଳ ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ପିଡ୍‌ରେ ବ୍ରେକ୍ ଲାଗି ଯାଇଛି। ସ୍ଥିତି ଏଭଳି ଯେ, ବିଜୁଳି ଯୋଗାଇ ନପାରିବା କାରଣରୁ ମୁମ୍ବାଇର ମନୋରେଲ୍‌ ମଧ୍ୟ ରାସ୍ତାରେ ଅଟକି ଯାଇଥିଲା। ବହୁ ଘଣ୍ଟା ଫଶି ରହିବା ପରେ ଯାତ୍ରୀଙ୍କୁ କ୍ରେନ୍ ସାହାଯ୍ୟରେ ବାହାର କରାଯାଉଛି। ମେସୁର କଲୋନୀ ଷ୍ଟେସନ୍‌ରେ ଏକ ମନୋରୋଲ୍ ରାସ୍ତାରେ ଫଶି ଯାଇଥିଲା। ବିନା ଏସିରେ ଯାତ୍ରୀମାନେ ବହୁ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍ ଭିତରେ ଅଟକି ରହିଥିଲେ। 

କ୍ରେନ ସାହାଯ୍ୟରେ ଯାତ୍ରୀଙ୍କୁ ମନୋରେଲ୍‌ରୁ ବାହାର କରାଯାଉଛି। ମହାରାଷ୍ଟ୍ର ମୁମ୍ବାଇ ମେଟ୍ରୋ ଅପରେସନ୍‌ କର୍ପୋରେସନ୍ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ‘ଏକ ମନୋରେଲ୍ ଟ୍ରେନ୍ ମେସୁର କଲୋନୀ ଷ୍ଟେସନ୍ ନିକଟରେ ବିଜୁଳି ସପ୍ଲାଇ ବନ୍ଦ ହେବା କାରଣରୁ ଅଟକି ରହିଛି। ଆମର ମେଣ୍ଟନାନ୍ସ ଟିମ୍‌ ଘଟଣାସ୍ଥଳରେ ପହଁଞ୍ଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଓ୍ବଡାଲା ଓ ଚେମ୍ବୁର ଷ୍ଟେସନ୍ ଭିତରେ ମନୋରେଲ୍‌ ଚାଲୁଛି। ଖୁବ୍ ଶୀଘ୍ର ସେବା ଚାଲୁ କରି ଦିଆଯିବ। କର୍ପୋରେସନ୍ ପକ୍ଷରୁ କୁହାଯାଇଛି, ସୁରକ୍ଷା ଆମର ପ୍ରାଥମିକତା। ଘଟଣାସ୍ଥଳରେ ଆଡିସନାଲ ମ୍ୟୁନିସିପାଲିଟି କମିଶନର ଅମିତ ‌ସୈନୀ କହିଛନ୍ତି,ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍ ଉଦ୍ଧାର ଅଭିଯାନରେ ଲାଗି ରହିଛନ୍ତି।