ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ପ୍ରବଳ ବର୍ଷାରେ ମୁମ୍ବାଇର ସ୍ପିଡ୍ ଉପରେ ଲାଗିଲା ବ୍ରେକ୍: ବିଜୁଳି ବିନା ଅଧା ରାସ୍ତାରେ ଅଟକିଲା ମନୋରେଲ୍, କ୍ରେନରେ ବାହାର ହେଲେ ଯାତ୍ରୀ

Published By : Harapriya Biswal | August 19, 2025 8:47 PM

ମୁମ୍ବାଇ,୧୯।୮:  ପ୍ରବଳ ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ପିଡ୍‌ରେ ବ୍ରେକ୍ ଲାଗି ଯାଇଛି। ସ୍ଥିତି ଏଭଳି ଯେ, ବିଜୁଳି ଯୋଗାଇ ନପାରିବା କାରଣରୁ ମୁମ୍ବାଇର ମନୋରେଲ୍‌ ମଧ୍ୟ ରାସ୍ତାରେ ଅଟକି ଯାଇଥିଲା। ବହୁ ଘଣ୍ଟା ଫଶି ରହିବା ପରେ ଯାତ୍ରୀଙ୍କୁ କ୍ରେନ୍ ସାହାଯ୍ୟରେ ବାହାର କରାଯାଉଛି। ମେସୁର କଲୋନୀ ଷ୍ଟେସନ୍‌ରେ ଏକ ମନୋରୋଲ୍ ରାସ୍ତାରେ ଫଶି ଯାଇଥିଲା। ବିନା ଏସିରେ ଯାତ୍ରୀମାନେ ବହୁ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍ ଭିତରେ ଅଟକି ରହିଥିଲେ। 

କ୍ରେନ ସାହାଯ୍ୟରେ ଯାତ୍ରୀଙ୍କୁ ମନୋରେଲ୍‌ରୁ ବାହାର କରାଯାଉଛି। ମହାରାଷ୍ଟ୍ର ମୁମ୍ବାଇ ମେଟ୍ରୋ ଅପରେସନ୍‌ କର୍ପୋରେସନ୍ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ‘ଏକ ମନୋରେଲ୍ ଟ୍ରେନ୍ ମେସୁର କଲୋନୀ ଷ୍ଟେସନ୍ ନିକଟରେ ବିଜୁଳି ସପ୍ଲାଇ ବନ୍ଦ ହେବା କାରଣରୁ ଅଟକି ରହିଛି। ଆମର ମେଣ୍ଟନାନ୍ସ ଟିମ୍‌ ଘଟଣାସ୍ଥଳରେ ପହଁଞ୍ଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଓ୍ବଡାଲା ଓ ଚେମ୍ବୁର ଷ୍ଟେସନ୍ ଭିତରେ ମନୋରେଲ୍‌ ଚାଲୁଛି। ଖୁବ୍ ଶୀଘ୍ର ସେବା ଚାଲୁ କରି ଦିଆଯିବ। କର୍ପୋରେସନ୍ ପକ୍ଷରୁ କୁହାଯାଇଛି, ସୁରକ୍ଷା ଆମର ପ୍ରାଥମିକତା। ଘଟଣାସ୍ଥଳରେ ଆଡିସନାଲ ମ୍ୟୁନିସିପାଲିଟି କମିଶନର ଅମିତ ‌ସୈନୀ କହିଛନ୍ତି,ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍ ଉଦ୍ଧାର ଅଭିଯାନରେ ଲାଗି ରହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.