ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

୭୫ ବର୍ଷ ପରେ ମୁମ୍ବାଇରେ ୨୦୦ମି.ମି ବର୍ଷା ରେକର୍ଡ; ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି

Published By : Prameya | May 27, 2025 8:23 AM

ନୂଆଦିଲ୍ଲୀ,୨୭/୦୫: ଅବିଶ୍ରାନ୍ତ ବର୍ଷାରେ ଦେଶର ବାଣିଜ୍ୟନଗରୀ ମୁମ୍ବାଇ ବେହାଲ । ସଅଳ ମୌସୁମୀ ସହ ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ଜନଜୀବନ ପ୍ରଭାବିତ ହୋଇଛି । ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ମାସରେ ମୁମ୍ବାଇରେ ହୋଇଥିବା ବର୍ଷା । ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୌସୁମୀ ଛୁଇଁବା ପରେ ମୁମ୍ବାଇର ଅନେକ ସ୍ଥାନରେ ୨୦୦ ମିମି ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ସୋମବାର ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରରେ ଦୈନନ୍ଦିନ ଜୀବନଯାତ୍ରାରେ ବାଧା ଉପୁଜିଛି । 

ନରିମାନ ପଏଣ୍ଟ ଷ୍ଟେସନରେ ୨୫୨ ମିମି, ବାଇକୁଲାରେ ୨୧୩ ମିମି, କୋଲାବାରେ ୨୦୭ ମିମି, ଡୋ ଟାକି ଷ୍ଟେସନରେ ୨୦୨ ମିମି, ମାରିନ୍ ଲାଇନ୍ସ ଏବଂ ଚନ୍ଦନୱାଡି ଅଞ୍ଚଳରେ ୧୮୦ ମିମି, ମେମନୱାଡାରେ ୧୮୩ ମିମି ଏବଂ ୱର୍ଲିରେ ୧୭୧ ମିମି ବର୍ଷା ରେକର୍ଡ କରାଯାଇଛି। ଆଇଏମ୍‌ଡିର ସୂଚନା ଅନୁଯାୟୀ, ଗତ ୬୯ବର୍ଷ ମଧ୍ୟରେ ମୁମ୍ବାଇରେ ମୌସୁମୀର ଆଗମନ ସବୁଠାରୁ ଶୀଘ୍ର ହୋଇଛି । ସାଧାରଣତଃ ମୁମ୍ବାଇରେ ଜୁନ୍‌ ୧୧ରେ ମୌସୁମୀ ପହଞ୍ଚିଥାଏ। ତେବେ ଚଳିତ ଥର ୧୬ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି । ପୂର୍ବରୁ ୧୯୫୬, ୧୯୬୨ ଏବଂ ୧୯୭୧ରେ ମେ’ ୨୯ରେ ମୌସୁମୀ ମୁମ୍ବାଇ ଛୁଇଁଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲ୍ଲା ଠାଣେ, ରାୟଗଡ଼ ଓ ରତ୍ନଗିରି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ବର୍ଷା ଯୋଗୁଁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି । ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସ୍‌ଜେଟ ଏବଂ ଏୟାରଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ନିଜ ପାସେଞ୍ଜରଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ମୁମ୍ବାଇକୁ ଯାଉଥିବା କିମ୍ବା ମୁମ୍ବାଇରୁ ଆସୁଥିବା ଯାତ୍ରୀମାନେ ନିଜ ନିଜ ଫ୍ଲାଇଟ ଷ୍ଟାଟସ୍‌ ଉପରେ ନଜର ରଖିବାକୁ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ସହରର ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ମଧ୍ୟରେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସପାଲ କର୍ପୋରେଶନ ବା ବିଏମ୍‌ସି ଏବଂ ମହାରାଷ୍ଟ୍ର ହାଉସିଂ ଆଣ୍ଡ୍‌ ଏରିଆ ଡେଭଲପ୍‌ମେଣ୍ଟ ଅଥରିଟି ବା ଏମ୍‌ଏଚ୍‌ଏଡିଏ ପକ୍ଷରୁ ସହରରେ ଥିବା ୯୬ଟି କୋଠାକୁ ବର୍ଷାଋତୁ ପାଇଁ ବିପଜ୍ଜନକ ଚିହ୍ନଟ କରାଯାଇ, ସେଠାରେ ରହୁଥିବା ୩,୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.