ନୂଆଦିଲ୍ଲୀ : ଅକାଳରେ ଗୋଟିଏ ପରିବାର ୪ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଫୁଡ୍ ପଏଜନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁମ୍ବାଇର ପାଇଧୁନି ଅଞ୍ଚଳରୁ ଆସିଛି ଏଭଳି ଏକ ଦୁଃଖଦ ଖବର । ବିଷକ୍ରିୟା ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ସହ ୨ ଛୁଆଙ୍କ ମଧ୍ୟ ଅକାଳରେ ବିୟୋଗ ଘଟିଛି । ମୃତକମାନେ ହେଲେ ଅବଦୁଲ୍ଲା ଡୋକାଡିଆ, ପତ୍ନୀ ନସରିନ୍, ଝିଅ ଆୟେଶା ଏବଂ ପୁଅ ଜେବନ । ମୃତ୍ୟୁ ଖବର ଜଣା ପଡ଼ିବା ପରେ ସମ୍ପର୍କୀୟଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି କି, ପରିବାରର ସମସ୍ତ ସଦସ୍ୟ ମୃତ୍ୟୁର କିଛି ସମୟ ପୂର୍ବରୁ ସମସ୍ତେ ଏକାଠି ବସି ରାତ୍ରି ଭୋଜନ କରିଥିଲେ । ରାତ୍ରୀ ଭୋଜନରେ ପରିବାର ଲୋକେ ବିରିୟାନୀ ଖାଇଥିଲେ । ବେଶ ଖୁସିର ସହ ଖାଇଥିଲେ ଆଉ ଦୁଃଖ ସୁଖ ହୋଇଥିଲେ । ତେବେ କେହି କେବେ ଭାବି ନଥିଲେ କି, ଏଭଳି ଏକ ଅଘଟଣ ଘଟିଯିବ । ବିରିୟାନୀ ଖାଇ ସାରିବା ପରେ ସମସ୍ତେ ତରଭୁଜ ଖାଇଥିଲେ । କେବେ ମଧ୍ୟ ଭାବିନଥିଲେ କି, ଏହି ତରଭଜ ତାଙ୍କ ଜୀବନର ଶେଷ ଖାଦ୍ୟ ହୋଇଯିବ ବୋଲି ।

ତରଭୂଜ ଖାଇ ସାରିବା ପରେ ସମସ୍ତେ ଶୋଇବା ପାଇଁ ଯାଇଥିଲେ । ମାତ୍ର ନିଦ ହେବା ପୂର୍ବରୁ ଅସୁସ୍ଥତା ଅନୁଭବ କରିଥିଲେ । ସମସ୍ତେ ଏଭଳି ଅନୁଭବ କରୁଥିବା କହିବା ପରେ ଆମ୍ବୁଲାନ୍ସ ଡାକି ମେଡିକାଲକୁ ଯାଇଥିଲେ । ଡାକ୍ତର ସେଠାରେ ପରିବାରର ୪ ସଦସ୍ୟଙ୍କୁମୃତ ଘୋଷଣା କରିଥିଲା । ଦମ୍ପତ୍ତିଙ୍କ ସହ ତାଙ୍କ ୨ ସନ୍ତାନଙ୍କ ଦେହାନ୍ତ ଘଟିଥିଲା । ତେବେ ପୁଲିସ ଏହି ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ : ମହମ୍ମଦ ମୋକିମ ଏବଂ ସୋଫିଆଙ୍କୁ ଭେଟିଲେ ସାଂସଦ ଦିଲ୍ଲୀପ ରାୟ

ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମାମଲାଟି ଅତ୍ୟନ୍ତ ଗମ୍ଭୀର। ଯଦିଓ ପରିବାର ପକ୍ଷରୁ କୁହାଯାଇଛି ଯେ, ସେମାନେ ବିରିୟାନୀ ଏବଂ ତରଭୂଜ ଖାଇଥିଲେ । କିନ୍ତୁ ପୁଲିସ ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି। ଖାଦ୍ୟରେ ବିଷାକ୍ତ ପଦାର୍ଥ ଥିଲା କି ? ଏହା ଦୁଇଟି ଭିନ୍ନ ଖାଦ୍ୟର ମିଶ୍ରଣର ଫଳାଫଳ ଥିଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ କହିଛି ଯେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ବର୍ତ୍ତମାନ ପାଇଧୁନି ପୋଲିସ ଦୁର୍ଘଟଣାଜନିତ ମୃତ୍ୟୁ (ADR) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେହି ଖାଦ୍ୟ ମିଶାଇଥିଲା ନା ଆଉ କିଛି ଏ ଦିଗକୁ ଲକ୍ଷ୍ୟ କରି ମଧ୍ୟ ତଦନ୍ତ କରୁଛି ।

ଏହାସହ ପଢ଼ନ୍ତୁ : ପ୍ରେମିକାକୁ ନେଇ ଘରକୁ ଆସିଲା ସ୍ବାମୀ, ବିରୋଧ କରିବାରୁ ସ୍ତ୍ରୀକୁ ମାରିଦେଲା