ନୂଆଦିଲ୍ଲୀ,୧୬/୧୧: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଆସନ୍ତା ୨୦ ତାରିଖରେ ହେବ ମତଦାନ । ଏନେଇ ପୋଲିସ ରାଜ୍ୟରେ ହେଉଥିବା ସମସ୍ତ ଗତିବିଧି ଉପରେ ନଜର ରଖିଛି ପୋଲିସ । ଏହାରି ମଧ୍ୟରେ ଏକ ଟ୍ରକରୁ  ୮,୪୭୬ କିଲୋଗ୍ରାମ ରୂପା ଜବତ କରିଛି ମୁମ୍ବାଇ ପୋଲିସ ।  ଯାହାର  ମୂଲ୍ୟ ପ୍ରାୟ ୮୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ସୂଚନା ଅନୁଯାୟୀ, ମାନଖୁର୍ଦ ପୋଲିସ ବାସି ଚେକ୍ ପୋଷ୍ଟ  ଯାଞ୍ଚ କରୁଥିଲା । ଏହି ସମୟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ଏକ ଟ୍ରକକୁ ପୋଲିସ ସନ୍ଦେହ କରିଥିଲା । ଏନେଇ ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା । ତେବେ ଯାଞ୍ଚ ସମୟରେ ପୋଲିସ ଟ୍ରକରୁ ବିପୁଳ ପରିମାଣ ରୂପା ଜବତ କରିଥିଲା । ଏହାପରେ ରୂପାକୁ ଓଜନ କରିବା ପରେ ଏହାର ଓଜନ ପାଖାପାଖି ୮,୪୭୬ କିଲୋଗ୍ରାମ ବୋଲି ଜଣାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି  ୮୦ କୋଟି ଟଙ୍କା  । ତେବେ ଏହି ଘଟଣାକୁ ନେଇ ପୋଲିସ ଟ୍ରକ ଡ୍ରାଇଭରକୁ ପଚରାଉଚରା କରିଥିବା ବେଳେ ତାକୁ ଗିରଫ କରିଛି । ଅନ୍ୟପଟେ  ଆୟକର ବିଭାଗ ଏବଂ ନିର୍ବାଚନ ଆୟୋଗ ପୋଲିସ ପକ୍ଷରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରୂପାର ପ୍ରକୃତ ମାଲିକ କିଏ ଏନେଇ ତଦନ୍ତ କରୁଛି ।