• ପାକିସ୍ତାନ ସେନା ମୁଖ୍ୟଙ୍କ ଝିଅ ବାହାଘର
  • ନିଜ ପୁତୁରା ସହ କରାଇଲେ ଝିଅର ବାହାଘର
  • ଦୁଇ ଭାଇ ବନିଲେ ସମୁଦୀ

ଇସଲାମବାଦ : ଗତ ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀରଙ୍କ ଝିଅଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ତେବେ ଏହି ଘଟଣାଟି ଛୁପା ଯାଇଥିଲା ମାତ୍ର ଏବେ ସତ ଜଣା ପଡ଼ିଛି। ଅସୀମ ମୁନିରଙ୍କ ଝିଅ ମାହନୁରଙ୍କ ସହ ମୁନୀରଙ୍କ ବଡ଼ ଭାଇଙ୍କ ପୁଅ ଅବଦୁର ରେହମାନଙ୍କ ସହ ହୋଇଥିବା ସୂଚନା ମିଳିଛି। ଅନେକ ପାକିସ୍ତାନୀ ଗଣମାଧ୍ୟମରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।

ସୁରକ୍ଷା ଦୃଷ୍ଟିରୁ ମୁନୀରଙ୍କ ଝିଅ ବାହାଘର ଅତ୍ୟନ୍ତ ଗୋପନୀୟତାର ସହ ଅନୁଷ୍ଠିତ ହୋଇଥିଲା। ସେପଟେ ଏଡି ଉତ୍ସବରେ ଯୋଗ ଦେଇଥିବା ଭିଆଇପି ଅତିଥୀମାନେ ମଧ୍ୟ ଗୋପନୀୟତା ରକ୍ଷା କରିଥିଲେ। ତେବେ ମୁନୀରଙ୍କ ପୁତୁରୁ ଯିଏକି ଏବେ ତାଙ୍କ ଜ୍ବାଇଁ ହୋଇଛନ୍ତି ସେ ମଧ୍ୟ ପୂର୍ବରୁ ସେନାରେ କ୍ୟାପଟେନ୍ ଭାବେ କାର୍ଯ୍ୟ କରିଛନ୍ତି। ତେବେ ସିଭିଲ୍ ସର୍ଭିସ୍ ପାଇଁ ଚୟନ ହେବା ପରେ ସେ ସେନା ଛାଡ଼ିଥିବା କୁହାଯାଉଛି।

​​​​​​​

ରିପୋର୍ଟ ମୁତାବକ ରାଓ୍ବଲପିଣ୍ଡିରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ ବହୁ ପାକିସ୍ତାନୀ ସେନା ଅଧିକାରୀଙ୍କ ସମେତ ଭିଆପିମାନେ ଯୋଗ ଦେଇଥିଲେ। ପାଖାପାଖି ୪୦୦ରୁ ଅଧିକ ଅତିଥୀ ଯୋଗ ଦେଇଥିବା ସୂଚନା ମିଳିଛି। ଅନେକ ପାକିସ୍ତାନୀ ସାମ୍ବାଦିକମାନେ ଫଟୋ ପୋଷ୍ଟ କରିଥିବାବେଳେ ଏହା ନିଶ୍ଚିତ ହୋଇଛନ୍ତି । ପାକିସ୍ତାନରେ ସିଭିଲ ସର୍ଭିସରେ ସାମରିକ ଅଧିକାରୀଙ୍କ ପାଇଁ ଏକ କୋଟା ଅଛି। ଏହି କୋଟା ଯୋଗୁଁ ସେ ବର୍ତ୍ତମାନ ସହାୟକ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି।