ରେଢ଼ାଖୋଲ,୨୪/୦୫: ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବୁର୍ଡ଼ା ପଞ୍ଚାୟତ ବଡ଼ମାଳ ଗାଁରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ । ମୃତକ ବଡ଼ମାଳ ଗାଁର ପ୍ରଫୁଲ୍ଲ ନାଏକ (୫୯) ବୋଲି ଜଣାପଡ଼ିଛି । ଏହି ଘଟଣାରେ ହତ୍ୟାକାରୀ ବିଭୁତି ପ୍ରଧାନକୁ ରେଢ଼ାଖୋଲ ପୁଲିସ ଗିରଫ କରିଛି ।
ସୂଚନା ମୁତାବକ, ବଡ଼ମାଳ ଗାଁର ପ୍ରଫୁଲ୍ଲ ନାଏକ ଓ ବିଭୁତି ପ୍ରଧାନଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା। ଶନିବାର ମଧ୍ୟ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବିଭୁତି ଉତ୍ତ୍ୟକ୍ତ ହୋଇ ପ୍ରଫୁଲ୍ଲଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା ଖବର ଶୁଣି ରେଢ଼ାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରବା ସହ ଅଭିଯୁକ୍ତକୁ ଗିରଫ କରିଛି ।