PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କ୍ବାକଙ୍କୁ ହତ୍ୟା ପରେ ମାଟି ଭିତରେ ପୋତି ଦେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ…

ଖଲ୍ଲିକୋଟ ୧୮/୧୧ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଠାରୁ ଗୁଣ୍ଡୁରିପଲ୍ଲୀ ରାସ୍ତାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟା ପରେ ଦୁର୍ବୁତ୍ତ ମୃତଦେହକୁ ମାଟିରେ ପୋତି ତା ଉପରେ ଡାଳ ବିଛାଇ ଚାଲିଯାଇଛନ୍ତି । ମୃତକ ଜଣକ ହେଉଛନ୍ତି କୋଦଳା ଥାନା ଅନ୍ତର୍ଗତ ଶାଙ୍କୁଡା ଗ୍ରାମର ଜୟ ମହାନ୍ତି (୬୩) । ଜୟ ଦୀର୍ଘଦିନ ହେବ କ୍ବାକ ଭାବେ ବିଭିନ୍ନ ଗ୍ରାମକୁ ଯାଇ ଚିକିତ୍ସା କରୁଥିଲେ । ସବୁଦିନପରି ଆଜି ମଧ୍ୟ ଜୟ ନିଜର ସାଇକେଲ ଓ ଚିକିତ୍ସା ବ୍ୟାଗ ଧରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଓ ଗୁଣ୍ଡୁରିପଲ୍ଲୀ ଅଭିମୁଖେ ଅପରାହ୍ନରେ ଯାଇଥିଲେ । ସନ୍ଧ୍ୟା ରେ ହଠାତ ଖବର ଗ୍ରାମରେ ପହଁଚିଲା ଗୁଣ୍ଡୁରିପଲ୍ଲୀ ଠାରୁ ଖୋଜପଲ୍ଲୀ ରାସ୍ତାର ଏକ ପୋଲ ନିକଟରେ ଜୟ ପଡିରହିଛନ୍ତି । ନିଜ ଗ୍ରାମ ଶାଙ୍କୁଡାର କିଛି ବ୍ୟକ୍ତି ସେଠାକୁ ଯିବା ପରେ ସେହି ସ୍ଥାନରେ ଜୟଙ୍କର ସାଇକେଲ ଓ ଚପଲ ପଡିଥିବା ବେଳେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଜୟଙ୍କୁ ଦେଖିବାକୁ ପାଇ ନ ଥିଲେ । ଖଲ୍ଲିକୋଟ ଓ ବେଗୁନିଆ ପଡା ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଖୋଜିବା ପରେ ଜୟଙ୍କର ମୃତ ଶରୀର ଏକ ବିଲ ମଧ୍ୟରେ ମାଟି ତଳେ ପୋତା ହୋଇ ତାହା ଉପରେ ଡାଳ ପତ୍ର ପଡିଥିବାର ମିଳିଥିଲା । ମାଟି ଭିତରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ କିଏ ଓ କେଉଁ କାରଣରୁ ତାଙ୍କୁ ହତ୍ୟା କଲା ସେ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।